ଧର୍ମଶାଳା : ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୬ତମ ମ୍ୟାଚରେ ରାଜସ୍ଥାନ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ ।

Advertisment

ଏହି ମ୍ୟାଚରେ ରାଜସ୍ଥାନ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳ ମାତ୍ର ୫୦ ରନରେ ୪ଟି ଓ୍ବିକେଟ ହରାଇ ସଂଘର୍ଷ କରୁଥିଲା । ଏହି ସମୟରେ ସାମ କୁରାନ ଓ ଜିତେସ ଶର୍ମା ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିବା ସହ ଏକ ଭଲ ସ୍କୋର ଛିଡ଼ା କରିବାରେ ସହାୟତା କରିଥିଲେ । ସାମ କୁରାନ ୪୯ରନ ଓ ଜିତେଶ ୪୪  ରନ କରିଥିଲେ । ଜିତେଶ ଆଉଟ ହେବା ପରେ ଆସିଥିବା ଶାହରୁଖ ଖାଁ ୨୩ଟି ବଲରୁ ୪୧ରନ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ  ୧୮୭ କରିଥିଲା ।

ରାଜସ୍ଥାନ ପକ୍ଷରୁ ନବଦୀପ ସାଇନି ୩ଟି ଓ୍ବିକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଉଭୟ ରାଜସ୍ଥାନ ଓ ପଂଜାବ ପାଇଁ ପ୍ଲେଅପ ରାସ୍ତା ଏକରକମ ବନ୍ଦ ହୋଇଯାଇଛି । ଉଭୟ ଦଳ ୧୩ଟି ଲେଖାଏଁ ମ୍ୟାଚ ଖେଳି ୬ ବିଜୟ ସହ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି ।