ଆଇପିଏଲ : ଚେନ୍ନାଇ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଆଗରେ  ୧୮୮ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ ।

ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୮୭ ରନ କରିଥିଲା । ଦଲ ପକ୍ଷରୁ ଶିଖର ଧଓ୍ବନ ସର୍ବାଧିକ ୮୮ ରନ କରିଥିଲେ । ସେ ଭାନୁକା ରାଜପକ୍ଷେଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିବା ସହ ଦଳ ପାଇଁ ବଡ଼ ସ୍କୋର କରିବାରେ ଯୋଗଦାନ ଦେଇଥିଲେ । ରାଜପକ୍ଷେ ୪୨ ରନ କରିଥିଲେ । ରାଜପକ୍ଷେଙ୍କ ଆଉଟ ପରେ ଆସିଥିବା ଲିଆମ ଲିଭିଙ୍ଗଷ୍ଟୋନ ମାତ୍ର ୭ଟି ବଲରୁ ୧୯ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ଡ୍ବାୟେନ ବ୍ରାଭୋ ୨ଟି ଓ ମହିସ ତିକ୍ଷଣା ଗୋଟିଏ ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଚେନ୍ନାଇ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୨ ବିଜୟ ସହ ମାତ୍ର ୪ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର