ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୬୨ ତମ ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୮୯ ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜରାଟ । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୮୮ରନ କରିଥିଲା । ଶୁଭମନ ଗିଲଙ୍କ ଚମତ୍କାର ଶତକ ସତ୍ତ୍ବେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ଦଳ ୨୦୦ ରନ ଟପିପାରିନଥିଲା ।

Advertisment

ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଖାତା ଖୋଲି ନଥିବାବେଳେ ଋଦ୍ଧିମାନ ଶାହାଙ୍କ ଓ୍ବିକେଟ ହରାଇଥିଲା । କିନ୍ତୁ ଶୁଭମନ ଗିଲ ଓ ସାଇ ସୁଦର୍ଶନଙ୍କ ମଧ୍ୟରେ ୧୪୭ ରନର ଏକ ଚମତ୍କାର ଭାଗିଦାରୀ ଯୋଗୁଁ ଦଳ ଏକ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିଲା । ଗିଲ ୫୮ଟି ବଲରେ ନିଜର ଶତକ ପୂରଣ କରିଥିଲେ । ସାଇ ସୁଦର୍ଶନ ୪୭ରନ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ଶୋଚନୀୟ ଭାବେ ବିଫଳ ହୋଇଥିଲେ । ଏପରିକି ସ୍କୋର ୧୮୬ ଥିବାବେଲେ ଦଳ ୩ଟି ଓ୍ବିକେଟ ହରାଇଥିଲା । ରସିଦ ଖାଁ, ନୁର ଅହମ୍ମଦ, ମହମ୍ମଦ ସମି ଓ କ୍ରମାଗତ ଭାବେ ଶୂନ ରନ କରି ଆଉଟ ହୋଇଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର ୫ଟି ଓ୍ବିକେଟ ନେଇଥିଲେ ।