ଆଇପିଏଲ: ରାଜସ୍ଥାନ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ମୁମ୍ବାଇ : ଆଜି ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୧ର ୧୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ  ୧୮୯ ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପର କିଙ୍ଗସ ।

ଆଜି ରାଜସ୍ଥାନ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଚେନ୍ନାଇର ଓପନର ଋତୁରାଜ ଗାଇକ୍ବାଡ୍ ମାତ୍ର ୧୦ ରନ କରି ଆଉଟ ହେବାପରେ ଫାଫ ଡୁ ପ୍ଲେସିସ ଓ ମୋଇନ ଅଲ୍ଲି ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇନେଇଥିଲେ । ଡୁ ପ୍ଲେସିସ ୩୩ ଓ ମୋଇନ ୨୬ ରନ କରିଥିଲେ । ଏମାନଙ୍କ ପରେ ଆସିଥିବା ସୁରେଶ ରାଇନା ଓ ଅମ୍ବାତି ରାଇଡୁ ଯଥାକ୍ରମେ ୧୮ ଓ ୨୭ ରନ କରିଥିଲେ । ଅନ୍ୟପକ୍ଷରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୮, ସାମ କୁରାନ ୧୩ ଓ ଡାଓ୍ବିନ ବ୍ରାଭୋ ୨୦ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଚେତନ ସାକାରିଆ ୩ ଓ କ୍ରିସ ମୋରିସ ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର