ଲୌଡରହିଲ୍ (ଫ୍ଲୋରିଡ଼ା): ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ଆଗୁଆ ୩-୧ରେ ଜିତିନେଇ ସାରିଛି। କିନ୍ତୁ ରବିବାର ଏଠାରେ ଖେଳ ଜାରିଥିବା ୫ମ ତଥା ଶେଷ ମୁକାବିଲାରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୮୮ ରନ୍ ସଂଗ୍ରହ କରିବା ପରେ ଘରୋଇ ୱେଷ୍ଟଇଣ୍ଡିଜ୍କୁ ୧୮୯ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
ଭାରତର ପାଳି ଆରମ୍ଭ କରିଥିଲେ ଈଶାନ କିଶନ ଓ ଶ୍ରେୟସ ଆୟର। କିଶନ ୧୩ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୧୧ ରନ୍ କରିଥିଲେ ଓ ୱେଷ୍ଟଇଣ୍ଡିଜ୍ର ପ୍ରଥମ ଶିକାର ହୋଇଥିଲେ। କିଶନ ଆଉଟ୍ ହୋଇଯିବା ପରେ ତାଙ୍କ ସ୍ଥାନରେ ଦୀପକ ହୁଡ୍ଡା ପଡ଼ିଆକୁ ପ୍ରବେଶ କରିଥିଲେ। ଯୁବ ବ୍ୟାଟର ଦୀପକ ଆଉଟ୍ ହେବା ପୂର୍ବରୁ ୩୮ ରନ୍ ସଂଗ୍ରହ କରିଥିଲେ। ସେ ୨୫ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଦ୍ବିତୀୟ ୱିକେଟ ପାଇଁ ଶ୍ରେୟସ ଆୟରଙ୍କ ସହ ୭୬ ରନ୍ର ଭାଗିଦାରୀ ହୋଇଥିଲେ। ଭାରତ ୩୮ ରନ୍ରେ ପ୍ରଥମ ୱିକେଟ୍ ଓ ୧୧୪ ରନ୍ରେ ୨ୟ ୱିକେଟ ହରାଇଥିଲା।
ୱେଷ୍ଟଇଣ୍ଡିଜ ନିଜର ୩ୟ ୱିକେଟ ଭାବେ ଶ୍ରେୟସ ଆୟରଙ୍କୁ ଆଉଟ୍ କରିଥିଲା। ଯୁବ ବ୍ୟାଟର ଆୟର ୪୦ଟି ବଲ୍ ସାମ୍ନା କରି ୬୪ ରନ୍ ସଂଗ୍ରହ କରିଥିଲେ। ସେ ୮ଟି ଚୌକା ଓ ୨ଟି ଛକା ମାରିଥିଲେ। ସଂଜୁ ସାମସନ୍ ୧୫ ରନ୍, ଦିନେଶ କାର୍ତ୍ତିକ ୧୨ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ୍ ଓ ଅକ୍ଷର ପଟେଲ ୯ ରନ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/FZkdgQgakAAQUJQ.jpg)