ଆବୁ ଧାବି : ଆବୁଧାବିର ଶେଖ୍ ଜାୟେଦ ଷ୍ଟାଡିୟମରେ ଚାଲିଥିବା ଏସିଆ କପର ୧୨ତମ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୮ କରିଥିଲା । ଫଳରେ ଓମାନ ଆଗରେ ୧୮୯ ରନର ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶୁବମନ ଗିଲ ମାତ୍ର ୫ ରନ କରି ଆଉଟ ହେବାପରେ ଅଭିଷେକ ଶର୍ମା ଓ ସଂଜୁ ସାମସନଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଅଭିଷେକ ୩୮ ରନ କରିଥିବାବେଳେ ସାମସନ ୫୬ ରନ କରିଥିଲେ । ଅକ୍ଷର ପଟେଲ ୨୬ ରନ କରିଥିବାବେଳେ ତିଳକ ବର୍ମା ୨୯ ରନ କରିଥିଲେ । ହର୍ଷିତ ରାଣା ୧୩ ରନ କରିଥିଲେ । ଓମାନ ପକ୍ଷରୁ ଜିତେନ ରାମାନନ୍ଦୀ, ଶାହ ଫୈଜଲ ଓ ଆମିର କଲିମ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/19/g1ocyksxmaao4ha-2025-09-19-21-41-18.jpg)