ଜାତୀୟ ପାରା ଦୌଡ଼କୁଦରେ ଓଡ଼ିଶାରୁ ଭାଗ‌ନେବେ ୧୯ ଖେଳାଳି

ଭୁବନେଶ୍ବର: ପୁଣେରେ ଶୁକ୍ରବାରଠୁ ଆରମ୍ଭ ହେବାକୁ ଥିବା ଜାତୀୟ ପାରା ଦୌଡ଼କୁଦ ପ୍ରତିଯୋଗିତରେ ଓଡ଼ିଶାରୁ ୧୯ ଖେଳାଳିଙ୍କ ସହ ୨ ପ୍ରଶିକ୍ଷକ, ଜଣେ ପ୍ରବନ୍ଧକ, ୨ ଗାଇଡ୍‌ ରନର୍‌ ଓ ୩ ସହାୟକ ଯୋଗଦେବେ। ଏହି ପ୍ରତିଯୋଗିତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିଲାଗି ଗୁରୁବାର ଓଡ଼ିଶା ଦଳ ପୁଣେ ଗସ୍ତ କରିଛି। ଗସ୍ତ ପୂର୍ବରୁ ଦଳକୁ କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ବିଭାଗ ଓ ପାରା ଖେଳାଳି ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ରାଜେନ୍ଦ୍ର ପାଣି, ଓଡ଼ିଶା ପାରା କ୍ରୀଡ଼ା ସଂଘ ସଭାପତି କମଳାକାନ୍ତ ରଥ ଉପସ୍ଥିତ ଥିଲେ।

ଓଡ଼ିଶା ଦଳ: ସୁଚିତ୍ରା ପରିଡ଼ା, ଜୟନ୍ତୀ ବେହେରା, ରଶ୍ମି ରଂଜନ ମଲ୍ଲିକ, ନିକ୍ଲାସ ପ୍ରଧାନ, ସ୍ବାଧୀନ ମାହାର, ଗୋବିନ୍ଦ ଦୁବେ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ଅବିନାଶ ସୌରା, ସତ୍ୟନାରାୟଣ ଜେନା, ଅର୍ଜୁନ ଭାତ୍ରା, ସରୋଜ କୁମାର ବେ‌ହେରା, ନାରାୟଣ ସ୍ବାଇଁ, ମଙ୍ଗତ ହେମ୍ବ୍ରମ, ନିମ ବାହାଦୂର ଶ୍ରେଷ୍ଠ, ନରହରି ବେହେରା, ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜେନ୍ଦ୍ର କୁମା‌ର ଜେନା, ଲାଲପ୍ରସାଦ ସୋରେନ, ପଙ୍କଜ ଭୁଏ।

ସମ୍ବନ୍ଧିତ ଖବର