୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍‌: ଆଶୀର୍ବାଦ ଓ ଜଗଦୀଶଙ୍କ ଦ୍ବିଶତକ; ଅମରଜିତଙ୍କୁ ୭ ୱିକେଟ୍

ଭୁବନେଶ୍ବର ଏ,ବାଲେଶ୍ବର, ରାଉରକେଲା, ମାଲକାନଗିରି, ନୟାଗଡ଼, କଟକ ବି, ବରଗଡ଼, ଯାଜପୁର ବିଜୟୀ

କଟକ: ଚଳିତ ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟରେ ରବିବାର ଭୁବନେଶ୍ବର ଏ, ବାଲେଶ୍ବର, ରାଉରକେଲା, ମାଲକାନଗିରି, ବରଗଡ଼ ଓ ଯାଜପୁର ଦଳ ବିଜୟୀ ହୋଇଛନ୍ତି। ଖୋର୍ଦ୍ଧାର ବିଜେଏଚ୍‌ଏସ୍‌ ପଡିଆରେ ଭୁବନେଶ୍ବର-ଏ ୧୦୦ ରନ୍‌ରେ କେନ୍ଦୁଝରକୁ ହରାଇଛି। ଭୁବ‌ନେଶ୍ବର ଦଳ ୪୯ ଓଭରରେ ୮ ୱିକେଟ୍ ହରାଇ ୨୩୩ ରନ୍ କରିଥିଲା। ଜବାବରେ କେନ୍ଦୁଝର ଦଳ ୪୯ ଓଭ‌ରରେ ୯ ୱିକେଟ୍ ହରାଇ ୧୩୩ ରନ୍ କରିବାକୁ ସମର୍ଥ ହୋଇଥିଲା। ଭୁବନେଶ୍ବର ଦଳର ତୁଷାର ଦେ ୪ ୱିକେଟ୍ ନେଇଥିଲେ।

କଟକ ସନ୍‌ସାଇନ୍ ପଡିଆରେ ବାଲେଶ୍ବର ୩୪୪ ରନ୍‌ରେ ଢେଙ୍କାନାଳକୁ ହରାଇ ବଡ଼ ବିଜୟ ହାସଲ କରିଛି। ବାଲେଶ୍ବର ଦଳ ନିର୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୮୨ ରନ୍ କରିଥିଲା। ଜଦଦୀଶ ସା (୨୦୨ ରନ, ୧୫୨ ବଲ୍‌) ଦ୍ବିଶତକ ଜମାଇଥିଲେ। ଜବାବରେ ଢେଙ୍କାନାଳ ଦଳ ୧୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୪୮ ରନ୍ କରିବାକୁ ସମର୍ଥ ହୋଇଥିଲା। କଟକ ବିଡାନାସୀ ପଡିଆରେ ରାଉରକେଲା ୨୪୦ ରନ୍‌ରେ ଗଜପତିକୁ ହରାଇଛି। ରାଉରକେଲା ୯ ୱିକେଟ୍ ହରାଇ ୩୪୬ ରନ୍ କରିଥିଲା। ଆଶୀର୍ବାଦ ସ୍ବାଇଁ (୨୦୭ ରନ୍‌, ୧୫୭ ବଲ୍‌) ଦ୍ବିଶତକ ହାସଲ କରିଥିଲେ। ଜବାବରେ ଗଜପତି ଦଳ ୩୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୬ ରନ୍ କରିବାକୁ ସମର୍ଥ ହୋଇଥିଲା। କଟକ ଅଡ଼ଶପୁର ‌ପଡିଆରେ ମାଲକାନଗିରି ୪ ୱିକେଟ୍‌ରେ କେନ୍ଦ୍ରାପଡ଼ାକୁ ହରାଇଛି। କେନ୍ଦ୍ରାପଡ଼ା ୨୫.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୦ ରନ୍ କରିଥିଲା। ଜବାବରେ ମାଲକାନଗିରି ଦଳ ୨୮.୧ ଓଭରରେ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ନିମପୁର ପଡିଆରେ ନୟାଗଡ଼ ୧୪୭ ରନ୍‌ରେ କିଟ୍‌କୁ ହରାଇଛି। ନୟାଗଡ଼ ୮ ୱିକେଟ୍ ହରାଇ ୨୫୮ ରନ୍ କରିଥିଲା। ଜବାବରେ କିଟ୍‌ ଦଳ ୩୪.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୧ ରନ୍ କରିଥିଲା।

ଟାଙ୍ଗୀସ୍ଥିତ ଡ୍ରିମ୍‌ସ ଷ୍ଟାଡିୟମରେ କଟକ-ବି ୪ ୱିକେଟ୍‌ରେ ନବରଙ୍ଗପୁରକୁ ପରାସ୍ତ କରିଛି। ନବରଙ୍ଗପୁର ୩୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୫ ରନ୍ କରିଥିଲା। ସ୍ବାଧୀନ କୁମାର ପାତ୍ର ୫ ୱିକେଟ୍ ନେଇଥିଲେ। ଜବାବରେ କଟକ ବି ୨୩.୨ ଓଭରରେ ୬ ୱିକେଟ୍ ହରାଇ ୧୪୬ ରନ୍ କରି ବିଜୟୀ ହୋଇଥିଲା।

ଭୁବନେଶ୍ବରର ନାଇଜର ପଡିଆରେ ବରଗଡ଼ ୮ ୱିକେଟ୍‌ରେ ନୂଆପଡାକୁ ହରାଇଛି। ନୂଆପଡା ଦଳ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୬୫ ରନ୍ କରିଥିଲା। ଅମରଜିତ ସିଂହ ୧୦-୨-୧୭-୭ର ବୋଲିଂ ଚିତ୍ର ପାଇଥିଲେ। ଜବାବରେ ବରଗଡ଼ ୧୩ ଓଭରରେ ୨ ୱିକେଟ୍ ହରାଇ ୬୬ ରନ୍ କରି ବିଜୟୀ ହୋଇଥିଲା। ରେଭେନ୍‌ସା ଗ୍ରାଉଣ୍ଡ୍‌-୧ରେ ଯାଜପୁର ୫୫ ରନରେ ଖୋର୍ଦ୍ଧାକୁ ହରାଇଛି। ଯାଜପୁର ଦଳ ୪୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା। ଜବାବରେ ଖୋର୍ଦ୍ଧା ଦଳ ୩୦.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୦ ରନ୍ କରିବାକୁ ସମର୍ଥ ହୋଇଥିଲା।

ସମ୍ବନ୍ଧିତ ଖବର