୧୯ ବର୍ଷରୁ କମ୍‌ ମହିଳା ଦିନିକିଆ: ହରିଆଣାକୁ ୬୪ ରନ୍‌ରେ ହରାଇଲା ଓଡ଼ିଶା

କଟକ: ଗୁଆହାଟୀରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶା ୬୪ ରନ୍‌ରେ ହରିଆଣାକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ଓଡ଼ିଶା ଶୁଭ୍ରନିର୍ଝରିଣୀ ସ୍ବାଇଁ (୬୬)ଙ୍କ ଅର୍ଧଶତକ ସାଙ୍ଗକୁ ଅଲିପ୍ସା ବିଶ୍ବାଳ (୩୦), କୁସୁମ ତିରିଆ (୩୯) ଓ ପୁନମ ନାୟକ (୩୦)ଙ୍କ ବଳରେ ନିର୍ଧାରିତ ଓଭରରେ ୭ ଵିକେଟ୍‌ ହରାଇ ୧୯୧ ରନ୍‌ କରିଥିଲା। ରଜନୀ ଦାହିଆ ୩ ଵିକେଟ୍‌ ନେଇଥିଲେ। ତେବେ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଠିନପାରି ହରିଆଣା ୩୬.୫ ଓଭରରେ ୧୨୭ ରନ୍‌ରେ ସୀମିତ ରହିଥିଲା। ନିକିତା ୭୬ ରନ୍‌ର ସ˚ଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ। ହେଲେ ଦଳର ୮ଜଣ ଖେଳାଳି ଖାତା ଖୋଲିବାରେ ଅସମର୍ଥ ହେବାରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ବିଜୟୀ ଦଳ ପକ୍ଷରୁ ଜି ଏମ୍‌ ଅଳକାନନ୍ଦା ୪, ସୁଚିତ୍ରା ରଏ ୨ ଓ କଳ୍ପନା ନାୟକ ୨ ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର