୧୯ ବର୍ଷରୁ କମ୍‌ ବିଶ୍ବକପ୍‌ କ୍ରିକେଟ୍‌: ସେମିରେ ଭାରତ-ପାକିସ୍ତାନ ଲଢ଼େଇ

ପଚ୍‌ଷ୍ଟ୍ରୁମ୍‌: ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ୍‌ରେ ଦୁଇ ଚିରପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ଗୁରୁବାର ଦ୍ବିତୀୟ ସେମିଫାଇନାଲ୍‌ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌କୁ ହରାଇ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଗୁରୁବାର ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍‌ରେ ପରାସ୍ତ କରି ବାଂଲାଦେଶ ଏବଂ ଶୁକ୍ରବାର ଆଫ୍‌ଗାନିସ୍ତାନକୁ ୬ ୱିକେଟ୍‌ରେ ହରାଇ ପାକିସ୍ତାନ ସେମିଫାଇନାଲ୍‌ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର