ଆଇପିଏଲ : ରାଜସ୍ଥାନ ଆଗରେ ୧୯୦ରନର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୫୨ତମ ମ୍ୟାଚରେ ରାଜସ୍ଥାନ ଆଗରେ ୧୯୦ ରନର ବିଜୟ ଲକ୍ଷ୍ୟ ରଖିଛି ପଂଜାବ ।

ଏହି ମ୍ୟାଚରେ ପଂଜାବ କିଙ୍ଗସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ଜନି ବେୟାରଷ୍ଟୋ ଓ ଶିଖର ଧଓ୍ବନ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୪୭ ରନ ଯୋଗ କରିଥିଲେ । ବେୟାରଷ୍ଟୋ ୫୬ରନ କରିଥିବାବେଳେ ଧଓ୍ବନ ୧୨ରନ କରିଥିଲେ । ଧଓ୍ବନଙ୍କ ପରେ ଆସିଥିବା ଭାନୁକା ରାଜପକ୍ଷେ ୨୭ରନ କରିଥିବାବେଳେ  ଜିତେଶ ଶର୍ମା ଅପରାଜିତ ୩୮ ରନ କରିଥିଲେ । ସେହିପରି ଲିଭିଙ୍ଗଷ୍ଟୋନ ୨୨ରନର ଇନିଂସ ଖେଳିଥିଲେ । ଏହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୯ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୩ଟି ଓ୍ବିକେଟ ନେଇଥିବାବେଳେ ଅଶ୍ବୀନ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର