ମୋହାଲି : ମୋହାଲିଠାରେ ଶନିବାରଦିନ ଆଇପିଏଲ ୨୦୨୩ର ୨ୟ ମ୍ୟାଚ ପଞ୍ଜାବ କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୯୧ ରନ କରିଛି । ଫଳରେ କୋଲକାତା ଆଗରେ ୧୯୨ ରନ ର ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବର ଦୁଇ ଓପନର ପ୍ରଭସିମରନ ସିଂ ଓ ଶିଖର ଧଓ୍ବନ ଲଢୁଆ ବ୍ୟାଟିଂ କରିବା ସହ ଦଳକୁ ଭଲ ଆରମ୍ଭ ଦେଇଥିଲେ । ସିଂ ୨୩ ରନ କରିଥିବାବେଳେ ଧଓ୍ବନ ୪୦ ରନ କରିଥିଲେ । କିନ୍ତୁ ଭାନୁକା ରାଜପକ୍ଷେ ସର୍ବାଧିକ ୫୦ ରନ କରିଥିଲେ । ସେହିପରି ଜିତେଶ ଶର୍ମା ୨୧ରନ ଓ ସିକନ୍ଦର ରାଜା ୧୬ରନ ଓ ସାମ କୁରାନ ୨୬ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୧୯୧ରନ ଛୁଇଁପାରିଥିଲା ।
କୋଲକାତା ପକ୍ଷରୁ ଟିମ ସାଉଦି ୨ଟି ଓ୍ବିକେଟ ନେଇଥିବାବେଳେ ଉମେଶ ଯାଦବ, ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଆଇପିଏଲର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୫ ଓ୍ବିକେଟରେ ହରାଇଥିଲା ଗୁଜରାଟ ଟାଇଟନ୍ସ ।