ଆଇପିଏଲ ଫାଇନାଲ : କୋଲକାତା ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ

ଦୁବାଇ : ଆଇପିଏଲ ଫାଇନାଲରେ କୋଲକାତା ଆଗରେ ୧୯୩  ରନର କଠିନ ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ ।

ଆଜି କୋଲକାତା ଅଧିନାୟକ ଇଅନ ମୋର୍ଗାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୯୨ ରନ କରିଥିଲା । ଚେନ୍ନାଇ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଫାଫ ଡୁପ୍ଲେସିସଙ୍କ ବିସ୍ଫୋରକ ୫୯ ବଲରେ ୮୬ ରନ । ନିଜର ଏହି ଇନିଂସରେ ସେ ୩ ଛକା ଓ ୭ ଚୌକା ମାରିଥିଲେ । ଅନ୍ୟପକ୍ଷରେ ମୋଇନ ଅଲି ୩୭, ଋତୁରାଜ ଗାଇକ୍ବାଡ୍ ୩୨ରନ ଓ ରବିନ ଉଥାପା ୩୧ରନ କରିଥିଲେ ।

ଆଇପିଏଲରେ ଚେନ୍ନାଇ ଓ କୋଲକାତା ମଧ୍ୟରେ ମୋଟ ୨୪ଟି ମ୍ୟାଚ ଖେଳାଯାଇଛି । ରେକର୍ଡ ଚେନ୍ନାଇ ସପକ୍ଷରେ ଅଛି କାରଣ ଏହି ୨୪ଟି ମ୍ୟାଚରୁ ଚେନ୍ନାଇ୧୬ଟିରେ ବିଜୟ ହାସଲ କରିଛି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୧୨ ଆଇପିଏଲ ଫାଇନାଲରେ କୋଲକାତା ଚେନ୍ନାଇକୁ ୫ ଓ୍ବିକେଟରେ ହରାଇ ଚାମ୍ପିଅନ ହୋଇଥିଲା ।

ସମ୍ବନ୍ଧିତ ଖବର