ଚଣ୍ଡିଗଡ଼ : ଚଣ୍ଡିଗଡ଼ର ମହାରାଜ ଯାଦବିନ୍ଦ୍ର ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୩୩ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ  ୧୯୩ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।

Advertisment

ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଭଲ ଆରମ୍ଭ କରିଥିଲେ ବି ଇଶାନ କିଷନ ମାତ୍ର ୮ ରନ କରିଆଉଟ ହୋଇଥିଲେ । ତେବେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ସୂର୍ଯ୍ୟକୁମାର ୭୮ ରନ କରିଥିବାବେଳେ ରୋହିତ ୩୬ ରନ କରିଥିଲେ । ତିଳକ ବର୍ମା ମଧ୍ୟ ମାତ୍ର ୧୮ ବଲ ଖେଳି ୩୪ ରନ କରିଥିଲେ । ତେବେ ଶେଷ ବେଳକୁ ମୁମ୍ବାଇ ଦଳ ଅଳ୍ପରନ ବ୍ୟବଧାନରେ ବେଶ କେତୋଟି ଓ୍ବିକେଟ ହରାଇଥିଲା । ଫଳରେ ଗୋଟିଏ ସମୟରେ ୨୦୦ ଉପରେ ସ୍କୋର ହେବାପରି ଲାଗୁଥିବାବେଳେ ଦଳ ୧୯୨ ରନରେ ସୀମତି ରହିଥିଲା ।

ପଞ୍ଜାବ ପକ୍ଷରୁ ହର୍ଷଲ ପଟେଲ ୩ଟି ଓ୍ବିକେଟ ନେଇଥିବାବେଳେ ଅଧିନାୟକ ସାମ କୁରାନ ୨ଟି ଓ୍ବିକେଟ ନେଇଥିଲେ ।