ଆଇପିଏଲ: ମୁମ୍ବାଇ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯ଼ାଉଥିବା ଆଇପିଏଲ ୨୦୨୨ର ୬୪ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ ।

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଇନିଂସ ଆରମ୍ଭରୁ ଅଭିଷେକ ଶର୍ମାଙ୍କ ଓ୍ବିକେଟ ହରାଇଥିଲେ ବି ପ୍ରିୟମ ଗର୍ଗ ଓ ରାହୁଲ ତ୍ରିପାଠୀ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ମଝବୁତ ଆରମ୍ଭ ଦେଇଥିଲେ । ପ୍ରିୟମ ଗର୍ଗ ୪୨ରନରେ ଆଉଟ ହେବା ପରେ ବି ରାହୁଲ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ସେ ମାତ୍ର ୪୪ ଟି ବଲରୁ ୩ ଛକା ୯ ଚୌକା ସହ ୭୬ ରନ କରିଥିଲେ । ନିକୋଲାସ ପୁରନ ୩୮ ରନ କରିଥିଲେ । ତେବେ ଶେଷ କିଛି ଓଭର ବେଳକୁ ଦଳୀୟ ସ୍କୋର ଧୀମେଇ ଯାଇଥିଲା । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୯୩ ରନ କରିଥିଲା ।

ମୁମ୍ବାଇ ପକ୍ଷରୁ ରମଣଦୀପ ସିଂ ୩ଟି ଓ୍ବିକେଟ ନେଇଥିବାବେଳେ ଡାନିଏଲ ସାମ୍ସ ଓ ରିଲେ ମେରେଡିଥ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର