ମହିଳା ଟି-୨୦ ବିଶ୍ୱକପ୍‌: ହରମନପ୍ରୀତଙ୍କ ଶତକ, ନ୍ୟୁଜିଲାଣ୍ଡକୁ ୧୯୫ ରନ୍‌ ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ କ୍ରିକେଟରେ ଭାରତର ଅଧିନାୟିକା ହରମନପ୍ରୀତ କୌର ଶୁକ୍ରବାର ଶତକ (୧୦୩ ରନ୍‌, ୫୧ ବଲ, ୭ ଚୌକା ଏବଂ ୮ ଛକା) ହାସଲ କରିଛନ୍ତି। ଭାରତ ପ୍ରଥମ ଇନିଂସରେ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୯୪ ରନ ସଂଗ୍ରହ କରିବା ପରେ ନ୍ୟୁଜିଲାଣ୍ଡକୁ ୧୯୫ ରନ୍‌ ଟାର୍ଗେଟ ମିଳିଛି।

ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଗ୍ରୁପ-ବି ମ୍ୟାଚରେ ଜେମିମା ରୋଦ୍ରିଗ୍ୟୁଜ ୪୫ଟି ବଲ ଖେଳି ୫୯ ରନ ଯୋଡ଼ିଥିବା ବେଳେ ଓପନର ତନିୟା ଭାଟିଆ ୯ ରନ, ସ୍ମୃତି ମାନ୍ଧାନା ୨ ରନ୍‌, ଓ ଦୟାଲନ ହେମଲତା ୧୫ ରନ ସଂଗ୍ରହ କରିଥିଲେ। ବେଦା କୃଷ୍ଣାମୂର୍ତ୍ତି ଅପରାଜିତ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର