ଆଇପିଏଲ : ଗୁଜୁରାଟ ଆଗରେ ୧୯୬ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୦ ତମ ମ୍ୟାଚରେ ଗୁଜୁରାଟ୍ ଟାଇଟନ ଆଗରେ ୧୯୬ ରନର ବିଜୟ ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ ।

ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୫ ରନ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୬୫ ରନ କରିଥିବାବେଳେ ଆଇଡେନ ମାର୍କରାମ ୫୬ ରନ କରିଥିଲେ । ମାତ୍ର ଅଧିନାୟକ କେନ ଓ୍ବିଲିୟମସନ ମାତ୍ର ୫ ରନ କରି ଆଉଟ ହୋଇଥିଲେ ।

ଶେଷ ଓଭର ଗୁଡିକରେ ଦଳ ଅଳ୍ପ କିଛିରନ ବ୍ୟବଧାନରେ କେତୋଟି ଓ୍ବିକେଟ ହରାଇବା ପରେ ଦଳୀୟ ସ୍କୋର ଧୀମେଇ ଯାଇଥିଲା । ମାତ୍ର ଶଶାଙ୍କ ସିଂ ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୦୦ ନିକଟବର୍ତ୍ତୀ କରିଥିଲେ । ସେ ଶେଷ ଓଭରରେ ହ୍ୟାଟ୍ରିକ ଛକା ମାରି ଦଳୀୟ ସ୍କୋରକୁ ୧୯୫କୁ ପହଞ୍ଚାଇଥିଲେ ।

ସମ୍ବନ୍ଧିତ ଖବର