ବାଭୁମା, ଦୁସେନଙ୍କ ଶତକ ; ଭାରତ ଆଗରେ ୨୯୭ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ପାର୍ଲ : ଦକ୍ଷିଣ ଆଫ୍ରିକାର ପାର୍ଲଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ଭାରତରେ ଆଗରେ ୨୯୭ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ।

ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଅଧିନାୟକ ଟେମ୍ବା ବାଭୁମା ଓ ରାସି ଭାନ ଡର ଦୁସେନ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦରୁ ଉଦ୍ଧାର କରିବା ସହ ଏକ ବଡ଼ ସ୍କୋର ଛିଡ଼ା କରିପାରିଥିଲେ । ଉଭୟ ବ୍ୟାଟ୍ସମ୍ୟାନଙ୍କ  ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ଦକ୍ଷିଣ ଆଫ୍ରିକା ୨୯୬ ରନ କରିପାରିଥିଲା । ବାଭୁମା ୧୧୦ ରନ କରି ବୁମରାଙ୍କ ବଲର ଶିକାର ହୋଇଥିଲେ । ଦୁସେନ ୧୨୯ ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୨ଟି ଓ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହି ଦିନିକିଆ ସିରିଜରେ ମୋଟ ୩ଟି ମ୍ୟାଚ ଖେଳାଯିବ । ଭାରତ ପକ୍ଷରୁ କେ.ଏଲ.ରାହୁଲ ଏହି ମ୍ୟାଚରେ ଦଳର ଅଧିନାୟକ ଭାର ସମ୍ଭାଳୁଛନ୍ତି ।  ଗତ ସପ୍ତାହରେ ସମାପ୍ତ ଟେଷ୍ଟ ସିରିଜରେ ଦକ୍ଷିଣ-ଆଫ୍ରିକା ୨-୧ରେ ବିଜୟୀ ହୋଇଥିଲା । ଏହି ଟେଷ୍ଟ ସିରିଜ ପରାଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଥିଲେ ।

 

ସମ୍ବନ୍ଧିତ ଖବର