ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୍ ୨୦୨୩ର ଏକ ମ୍ୟାଚରେ ଦିଲ୍ଲୀ ଆଗରେ ୧୯୮ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।
ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୭ରନ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୬୭ରନ କରିଥିବାବେଳେ ହେନରିକ କ୍ଲାସେନ ୫୩ରନ କରିଥିଲେ । ଅବଦୁଲ ସମଦ ୨୮ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ମିଚେଲ୍ ମାର୍ସ ୪ଟି ଓ୍ବିକେଟ ନେଇଥିବାବେଳେ ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଚଳିତ ଆଇପିଏଲରେ ଉଭୟ ଦିଲ୍ଲୀ ଓ ହାଇଦ୍ରାବାଦ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଉଭୟ ଦଳ ୭ଟି ଲେଖାଏଁ ମ୍ୟାଚ ଖେଳି ମାତ୍ର ୨ଟିରେ ବିଜୟ ହାସଲ କରିଛନ୍ତି ।
ଶନିବାରର ପ୍ରଥମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ଗୁଜରାଟ ଟାଇଟନ୍ସ ।