ସିନେମା ଗୀତରେ ୧୯୮୩ ବିଶ୍ବକପ୍‌ ବିଜୟ

ଇଂଲଣ୍ଡରେ ବିଶ୍ବକପ୍‌ ଆରମ୍ଭ ହେବା ବେଳକୁ ବଲିଉଡ୍‌ରେ ବି କ୍ରିକେଟ୍ ସଂଗୀତର ଝଲକ ଦେଖିବାକୁ ମିଳିବ। ଜୁନ୍ ପ୍ରଥମ ସପ୍ତାହରେ ପରଦାକୁ ଆସିବାକୁ ଯାଉଥିବା ସଲମାନ୍‌ ଖାନ୍ ଏବଂ କାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ରେ ଏକ ଦୃଶ୍ୟ ୧୯୮୩ ମସିହାରେ ଭାରତର ବିଶ୍ବକପ୍‌ ବିଜୟ ଉପରେ ଅଧାରିତ ରହିଛି। ବିଶ୍ବକପ୍‌ ବିଜୟ ଉତ୍ସବର ସଂଗୀତ ‘ଆଥେୟାର ‌ଆ..’ରେ କାଟ୍ରିନା ସମ୍ପୂର୍ଣ୍ଣ ନୂଆ ଅବତାରରେ ଖେଳୁଆଡ଼ ଚରିତ୍ର ଦେଖାଇଛନ୍ତି। ଏହା କିନ୍ତୁ ଆଶୀ ଦଶକର ନୃତ୍ୟ ସହ ତାଳମେଳ ରଖି ନ ଥିବା ସୂଚନା ମିଳିଛି। ଏହି ସିନେମାକୁ ଅଲୀ ଅବାସ ଜାଫର ନିର୍ଦେଶନା ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନୋରା ଫଦେହି, ସୁନୀଲ ଗ୍ରୋଭର, ଦିଶା ପଟାନି, ଜ୍ୟାକି ସ୍ରଫ ଏବଂ ତବୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ। ଜୁନ୍‌ ୫ ତାରିଖ ଇଦ୍‌ରେ ଏହା ପରଦାକୁ ଆସିବ।

ସମ୍ବନ୍ଧିତ ଖବର