ଆଇପିଏଲ୍‌: ମୁମ୍ବାଇ ଆଗରେ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପଂଜାବ

ପୁନେ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ୨୩ତମ ମ୍ୟାଚ୍‌ ବୁଧବାର ମୁମ୍ବାଇ ଇଣ୍ଡିଆନ୍‌ସ ଓ ପଂଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ମହରାଷ୍ଟ୍ର କ୍ରିକେଟ୍‌ ଆସେସିଏସନ ଷ୍ଟାଡିୟମ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ସେ ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ। ପଂଜାବ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୯୮ ରନ୍‌ ସଂଗ୍ରହ କରିଛି। ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୯୯ ରନ୍‌ର ଲକ୍ଷ୍ୟ ମିଳିଛି।

ପଂଜାବର ପ୍ରାରମ୍ଭିକ ବ୍ୟାଟର ଭଲ ପ୍ରଦର୍ଶନ କରିଥିଲେ। ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ଓ ଶିଖର ଧାଓ୍ଵନ ପ୍ରଥମ ଓ୍ଵିକେଟ୍‌ ପାଇଁ ୯୭ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ମୟଙ୍କ ଅଗ୍ରଓ୍ଵାଲ ୩୨ଟି ବଲ୍‌ ଖେଳି ୫୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଶିଖର ଧାଓ୍ଵନ୍‌ ୫୦ଟି ବଲ୍‌ ସାମ୍ନା କରି ୫ଟି ଚୌକା ଓ ୩ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୭୦ ରନ୍‌ ସଂଗ୍ରହ କରିଥିଲେ।

ଜନି ବେୟାରଷ୍ଟୋ ୧୨ ରନ୍‌, ଲିଆମ୍‌ ଲିଭିଂଷ୍ଟୋନ୍‌ ୨ ରନ୍‌, ଜିତେଶ ଶର୍ମା ଅପରାଜିତ ୩୦ ରନ୍‌ ଓ ଶାହରୁଖ ଖାନ୍‌ ୧୫ ରନ୍‌ କରିଥିଲେ। ମୁମ୍ବାଇର ବୋଲିର ବାସିଲ ଥାମ୍ପି ସର୍ବାଧିକ ୨ ଓ୍ଵିକେଟ୍‌ ନେଇଥିଲା ବେଳେ ଜୟଦେବ୍‌ ଉନାଦକଟ୍‌, ଜସପ୍ରୀତ ବୁମରା ଓ ମୁରୁଗାନ ଅଶ୍ୱିନଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର