୧୯ ଦିନ, ୩୬ ମ୍ୟାଚ୍‌, ୧୬ ଦଳ

ଓଡ଼ିଶା ହକି ବିଶ୍ୱକପ୍‌ ୧୯ ଦିନ ଧରି ଚାଲିବ। ଏଥିରେ ୩୬ ମ୍ୟାଚ୍‌ ଖେଳାଯିବା ସହ ବିଶ୍ୱର ବଛା ବଛା ୧୬ ଦଳ ଅଂଶ ଗ୍ରହଣ କରିବେ। ପ୍ରଥମ ଦିନର ପ୍ରଥମ ମ୍ୟାଚ୍‌ ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମ ଏବଂ ଏକାଦଶ ସ୍ଥାନରେ ଥିବା କାନାଡା ମଧ୍ୟରେ ଖେଳାଯିବ। ସେହିଦିନ ଆୟୋଜକ ଭାରତ ମଧ୍ୟ ତା’ର ଅଭିଯାନ ଆରମ୍ଭ କରିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସେହିଭଳି ଭାରତ ନିଜ ଦ୍ୱିତୀୟ ମୁକାବିଲାରେ ଡିସେମ୍ବର ୨ ତାରିଖରେ ବେଲଜିୟମର ମୁକାବିଲା କରିବ। ଗତବର୍ଷ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ର କ୍ୱାର୍ଟର ଫାଇନାଲରେ ଭାରତକୁ ବେଲଜିୟମ ପରାସ୍ତ କରିଥିଲା। ଏଣୁ ଏହି ମ୍ୟାଚ୍‌ରେ ଭାରତୀୟ ଦଳକୁ ସତର୍କତା ଅବଲମ୍ବନ କରିବାକୁ ହେବ। ଅନ୍ୟପକ୍ଷରେ ଭାରତ ତା’ର ତୃତୀୟ ତଥା ଶେଷ ଲିଗ୍‌ ମ୍ୟାଚ୍‌ ଡିସେମ୍ବର ୮ ତାରିଖରେ କାନାଡା ବିପକ୍ଷରେ ଖେଳିବ। ଲିଗ୍‌ ପର୍ଯ୍ୟାୟ ୧୨ ଦିନ ଧରି ଚାଲିବ ଏବଂ ପ୍ରତ୍ୟେକ ଦଳ ତିନିଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ଏହା ପରେ କ୍ରସ୍‌ଓଭର ମ୍ୟାଚ୍‌ ଡିସେମ୍ବର ୧୦, ୧୧ ଏବଂ ନକଆଉଟ୍‌ ପର୍ଯ୍ୟାୟ ୧୨, ୧୩, ୧୫ ଓ ୧୬ ତାରିଖରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର