ପ୍ରଥମ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରି ନାହିଁ ମ୍ୟାଚ୍‌

ଗୁଆହାଟି: ଭାରତୀୟ କ୍ରିକେଟ୍‌ ଦଳ ୨୦୨୦ (ମସିହା)ର ଅଭିଯାନ ଟି-୨୦ରୁ ହିଁ ଆରମ୍ଭ କରିଛି। ଚଳିତ ବର୍ଷର ପ୍ରଥମ ମୁକାବିଲାରେ ବିରାଟ କୋହଲି ବାହିନୀ ରବିବାର ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟୁଛି। ଏହା ମଧ୍ୟ ୨୦୨୦ ଋତୁରେ ଉଭୟ ଭାରତ ଏବଂ ଶ୍ରୀଲଙ୍କାର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌। ୩ ମ୍ୟାଚ୍‌ର ଶୃଙ୍ଖଳାର ପ୍ରଥମ ମୁକାବିଲା ପାଇଁ ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆସାମର ଗୁଆହାଟିସ୍ଥିତ ବାରସପରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରିପୋର୍ଟ ଲେଖାଯିବା ବେଳକୁ ବର୍ଷା ଜାରି ଥିବାରୁ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହୋଇପାରି ନାହିଁ।

ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ପ୍ରତ୍ୟାବର୍ତନ କରିଥିବା ଯଶପ୍ରୀତ ବୁମ୍‌ରାଙ୍କ ଉପରେ ରହିବ। ୨୬ ବର୍ଷୀୟ ବୁମ୍‌ରା ଆଘାତ ଜନିତ ସମସ୍ୟା ପାଇଁ ଗତ ୪ ମାସ ହେବ ଭାରତୀୟ ଦଳରୁ ଦୂରେଇ ରହିଥିଲେ। ଏବେ କିନ୍ତୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲା ବେଳେ ପଡ଼ିଆ ଭିତରେ ନିଜ ପୁରୁଣା ଚମକ ଦେଖାଇବାକୁ ପୂରା ବ୍ୟଗ୍ର ଅଛନ୍ତି। ବୁମ୍‌ରାଙ୍କ ପୁରୁଣା ପ୍ରଦର୍ଶନକୁ ଆଖି ଆଗରେ ରଖି ବିସିସିଆଇ (ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ) ତାଙ୍କୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବାରୁ ରିହାତି ଦେଇଛି। ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ହସ୍ତକ୍ଷେପ ପରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ନଖେଳି ସିଧାସଳଖ ସେ ଜାତୀୟ ଦଳକୁ ଫେରିଛନ୍ତି।

ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍‌ ଆୟର, ଋଷବ ପନ୍ତ, ଶିଭମ ଦୁବେ, କୁଲଦୀପ ଯାଦବ, ଯଶ୍ରପୀତ ବୁମ୍‌ରା, ଶାର୍ଦୁଲ ଠାକୁର, ନଦଭୀପ ସଇନି ଓ ଓ୍ଵାସିଂଟନ୍‌ ସୁନ୍ଦର।

ଶ୍ରୀଲଙ୍କା: ଲସିଥ ମାଲିଙ୍ଗା (ଅଧିନାୟକ), ଦନୁଷ୍କା ଗୁଣତିଲକ, ଅଭିସ୍କା ଫର୍ନାଣ୍ଡୋ, ଦାସୁନ ସନକା, କୁଶାଲ ପେରେରା, ଧନଞ୍ଜୟ ଡି’ ସିଲଭା, ଇସୁରୁ ଉଦାନା, ଭାନୁକା ରାଜପାକସେ, ଓସଦା ଫର୍ନାଣ୍ଡୋ, ୱାନିନ୍ଦୁ ହରରଙ୍ଗା ଓ ଲାହିରୁ କୁମାର।

ସମ୍ବନ୍ଧିତ ଖବର