ଭୁବନେଶ୍ୱର: ବୁଧବାର ରାତିରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ପଶ୍ଚାତ୍ଧାବନ ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୧୭ ବଲ୍ରୁ ୩୨* ରନ୍ କରିଥିଲେ। ଦଳକୁ ବିଜୟୀ କରାଇପାରିନଥିଲେ ବି ସିଏସ୍କେ ନେତୃତ୍ବର ୨୦୦ତମ ମ୍ୟାଚ୍ରେ ୩ଟି ଦର୍ଶନୀୟ ଛକା ମାରି ସମସ୍ତଙ୍କୁ ଖୁସି କରିଦେଇଥିଲେ। ଧୋନି ଯେତେବେଳେ ଛକା ବର୍ଷା କରୁଥିଲେ ସେତେବେଳେ ଜିଓ ସିନେମାରେ ଏହାକୁ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ୨.୨ କୋଟି ଟପିଯାଇଥିଲା। ଏହା ୨୦୨୩ ସିଜିନର ଅନ୍ଲାଇନ୍ ଲାଇଭ ଷ୍ଟ୍ରିମିଂ ପ୍ଲାଟ୍ଫର୍ମ ଜିଓ ସିନେମାରେ ସର୍ବାଧିକ ଦର୍ଶକ ଧୋନିଙ୍କ ପାଳି ଦେଖିଥିଲେ। ବୁଧବାର ଶେଷ ବଲ୍ ପର୍ଯ୍ୟନ୍ତ ଦର୍ଶକମାନେ ଉତ୍କଣ୍ଠାର ସହିତ ମ୍ୟାଚ୍ର ଉତ୍ଥାନ ପତନକୁ ଦେଖୁଥିଲେ।
ଧୋନିଙ୍କ ଛକା ଦେଖିଲେ ୨.୨ କୋଟି
/sambad/media/post_attachments/wp-content/uploads/2020/09/dhoni1.jpg)