ଆଇରନ୍ ମ୍ୟାନ୍ ପ୍ରତିଯୋଗିତାରେ ଓଡ଼ିଶାରୁ ୨

ଭୁବନେଶ୍ବର: କାଜାଖସ୍ତାନରେ ହେଉଥିବା ଆଇରନ୍ ମ୍ୟାନ୍ ପ୍ରତିଯୋଗିତା ପାଇଁ ଦୁଇ ଜଣ ଓଡିଆ ସୌଭାଗ୍ୟ କୁମାର ରଥ (୩୩) ଏବଂ ବିଜୟ କୁମାର ଦାସ (୪୮) ସେଠା‌ରେ ପହଞ୍ଚିଛନ୍ତି। ସୌଭାଗ୍ୟଙ୍କର ଏହା ଦ୍ବିିତୀୟ ଆଇରନ୍‌ ମ୍ୟାନ୍‌ ପ୍ରତିଯୋଗିତା ହୋଇଥିଲା ବେଳେ ବିଜୟ ପ୍ରଥମ ଥର ଏଥିରେ ଅଂଶ ଗ୍ରହଣ କରିବେ। ଆଇରନ୍‌ ମ୍ୟାନ୍‌ ପ୍ରତିଯୋଗିତାରେ ୩.୮ କିଲୋମିଟର ସନ୍ତରଣ, ୧୮୦ କିଲୋମିଟର ସାଇକେଲ ଚାଳନା ଏବଂ ୪୨.୨ କିଲୋମିଟର ଦୌଡ଼ ପ୍ରତିଯୋଗିତାକୁ ସର୍ବମୋଟ ୧୬ ଘଣ୍ଟା ୩୦ ମିନିଟ୍‌ରେ ଶେଷ କରିବାକୁ ହୋଇଥାଏ। ସୂଚନାଯୋଗ୍ୟ ଯେ ରବିବାର କାଜାଖସ୍ତାନର ରାଜଧାନୀ ଅସ୍ତାନା (ନୂର୍ ସୁଲତାନ)ଠାରେ ଆଇରନ୍ ମ୍ୟାନ୍ ଟ୍ରାଇଥଲନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବିଭିନ୍ନ ଦେଶରୁ ୧୭୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ, ଯେଉଁଥିରୁ ୧,୦୦୦ ଜଣ ହାଫ୍ ଆଇରନ୍‌ ମ୍ୟାନ୍‌ ଏବଂ ୭୦୦ ଜଣ ଫୁଲ ଆଇରନ୍‌ ମ୍ୟାନ୍‌ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଭାରତରୁ ମୋଟ ୩୦୦ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ, ଯାହାକି କାଜାଖସ୍ତାନ ପରେ ଦ୍ବିିତୀୟ ସର୍ବାଧିକ ଅଂଶଗ୍ରହଣକାରୀ ଦେଶ।

ସମ୍ବନ୍ଧିତ ଖବର