କଟକ: ଦିନିକିଆ କ୍ରିକେଟରେ ଭାରତ ଓ ଆଫଗାନିସ୍ତାନର ସମ୍ପର୍କ ମାତ୍ର ଅଳ୍ପ ଦିନର। ଦୁହେଁ ପରସ୍ପରକୁ ମାତ୍ର ଦୁଇ ଥର ଭେଟିଛନ୍ତି। ତାହା ପୁଣି କେବଳ ଏସିଆ କପ୍ରେ। ୨୦୧୪ରେ ଢାକା ଓ ୨୦୧୮ରେ ଦୁବାଇରେ ଅନୁଷ୍ଠିତ ଏସିଆ କପ୍ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ସେଥିମଧ୍ୟରୁ ପ୍ରଥମ ମ୍ୟାଚ୍ରେ ଭାରତ ଦମ୍ଦାର ବିଜୟ ପାଇଥିଲା। କିନ୍ତୁ ଦ୍ବିତୀୟ ଥର ଆଫଗାନିସ୍ତାନ ଏହାର ପ୍ରତିଶୋଧ ନେବାରେ ସଫଳ ହୋଇଥିଲା। ଯଦିଓ ମ୍ୟାଚ୍ର ଫଳାଫଳ ଟାଏ ରହିଥିଲା, କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଫଗାନ ବୋଲରମାନେ ପାଣି ପିଆଇ ଦେଇଥିଲେ। ଶନିବାର ସାଉଥାମ୍ପଟନରେ ଏହି ଦୁଇ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ବିଶ୍ବକପ୍ରେ ବର୍ତ୍ତମାନସୁଦ୍ଧା ଆଫଗାନ ବିଜୟ ସନ୍ଧାନରେ ଥିବା ବେଳେ ଭାରତ ଗୋଟିଏ ବି ମ୍ୟାଚ ହାରିନାହିଁ। ତେଣୁ ଏହି ମ୍ୟାଚରେ ରୋମାଞ୍ଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
/sambad/media/post_attachments/wp-content/uploads/2019/06/Untitled-6-17-1.jpg)
। ୨୦୧୪, ଢାକା ଜାଦେଜା, ଅଶ୍ବିନୀ ଵିକେଟ୍ ପୋଛିନେଲେ
ବିଶ୍ବ କ୍ରିକେଟ୍ରେ ଏକ ନୂଆ ଦଳ ଭାବେ ଆଫଗାନିସ୍ତାନ ଏସିଆ କପ୍ରେ ପ୍ରବେଶ କରିଥିଲା। ଦିନିକିଆରେ ପ୍ରଥମ ଥର ଖେଳୁଥିବା ଏହି ଦଳ ଭାରତ ବିପକ୍ଷରେ ଖେଳିବା ଆଗରୁ ଘରୋଇ ବା˚ଲାଦେଶକୁ ହରାଇ ଚର୍ଚ୍ଚାରେ ରହିଥିଲା। ଦଳ ଏହାର ବୋଲି˚ ପାଇଁ ମ୍ୟାଚ୍ରେ ବିଜୟୀ ହୋଇଥିଲା। ଯଦିଓ ଭାରତ ଏଥି ପୂର୍ବରୁ ଦୁଇଟି ମ୍ୟାଚ୍ରେ ପରାସ୍ତ ହୋଇ ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା, ତଥାପି ପ୍ରତିଯୋଗିତାର ଅନ୍ୟତମ ଶକ୍ତିଶାଳୀ ଦଳ ସହିତ ଆଫଗାନିସ୍ତାନର ମ୍ୟାଚ୍ କେଉଁ ମୋଡ଼କୁ ଯିବ ତାହା ଉପରେ ଅନେକଙ୍କ ନଜର ରହିଥିଲା। ସେର-ଇ-ବା˚ଲା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ବୋଲି˚ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ଘଟିବା ପରେ ତାସ ପତା ଭଳି ପାଳି ଭୁଶୁଡି ପଡ଼ିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ନୁର ଅଲି ଜଦ୍ରାନ୍ଙ୍କ ୩୧ ଓ ନିମ୍ନକ୍ରମରେ ସମିଉଲ୍ଲା ସିନଵାରି ଅର୍ଧଶତକୀୟ ପାଳି ଯୋଗୁଁ ଦଳ ବହୁ କଷ୍ଟରେ ସମସ୍ତ ଵିକେଟ ହରାଇ ୧୫୯ ରନ୍ କରିପାରିଥିଲା। ଦୁଇ ଭାରତୀୟ ସ୍ପିନର ରବିନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ ଅଶ୍ବିନ ଯଥାକ୍ରମେ ୪ ଓ ୩ ଵିକେଟ ନେଇ ଆଫନାଗିସ୍ତାନକୁ ଧରାଶାୟୀ କରାଇଥିଲେ। ସହଜସାଧ୍ୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆଜିଙ୍ଖ୍ୟ ରାହାଣେ (୫୬) ଓ ଶିଖର ଧାଵନ (୬୦) ପ୍ରଥମ ଵିକେଟରେ ୧୨୧ ରନ୍ ଯୋଗକରି ଦଳର ବିଜୟ ପଥ ସୁନିଶ୍ଚିତ କରିଥିଲେ। ଏମାନଙ୍କ ଵିକେଟ ଯିବା ପରେ ରୋହିତ ଶର୍ମା ୧୮* ଓ ଦିନେଶ କାର୍ତ୍ତିକ ୨୧* ରନ୍ କରି ଦଳକୁ ଜିତାଇଥିଲେ। ଜାଡେଜା ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।
। ୨୦୧୮, ଦୁବାଇ ଧୋନିଙ୍କ ୨୦୦ତମ ଅଧିନାୟକ ମ୍ୟାଚ ଟାଏରେ ଶେଷ
ଦୁବାଇ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ଗତବର୍ଷ ଅନୁଷ୍ଠିତ ଏସିଆ କପ୍ର ସୁପର ଫୋର୍ ପର୍ଯ୍ୟାୟରେ ଆଫଗାନିସ୍ତାନର ମୁକାବିଲା ଭାରତ ସହିତ ହୋଇଥିଲା। ଏହି ଦୁଇ ଦଳଙ୍କ ମଧ୍ୟରେ ଏହା ଦ୍ବିତୀୟ ଭେଟଘାଟ ଥିଲା। ଲିଗ୍ ପର୍ଯ୍ୟାୟରେ ଶ୍ରୀଲଙ୍କାକୁ ୯୧ ରନ୍ ଓ ବା˚ଲାଦେଶକୁ ୧୩୬ ରନ୍ରେ ହରାଇ ସୁପର ଫୋର୍ରେ ପ୍ର୍ରବେଶ କରିଥିଲା। ଉଭୟ ମ୍ୟାଚର ରସିଦ ଖାନ୍ ବୋଲି˚ ହିରୋ ଭାବେ ନିଜକୁ ପ୍ରମାଣିତ କରିଥିଲେ। ଏପରିକି ଭାରତକୁ ମଧ୍ୟ ଯେପରି ଚକ୍ରବ୍ୟୁହରେ ଆଫଗାନ ବୋଲରମାନେ ବାନ୍ଧି ରଖିଥିଲେ, ତାହାକୁ ଏପର୍ଯ୍ୟନ୍ତ କ୍ରିକେଟପ୍ରେମୀମାନେ ପ୍ରଶ˚ସା କରୁଛନ୍ତି। ଅଧିନାୟକ ଭାବେ ୨୦୦ତମ ମ୍ୟାଚ ଖେଳୁଥିବା ଧୋନିଙ୍କ ବିପକ୍ଷରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟି˚ କରିଥିଲା। ମହମ୍ମଦ ଶେହଜାଦଙ୍କ ଧମାକାଦାର ୧୨୪ ରନ୍ ଓ ମହମ୍ମଦ ନବିଙ୍କ ଦ୍ରୁତ ୬୪ ରନ୍ ସହାୟତାରେ ଦଳ ୮ ଵିକେଟ ବିନିମୟରେ ୨୫୨ ରନ୍ ସ˚ଗ୍ରହ କରିଥିଲା। ରବିନ୍ଦ୍ର ଜାଡେଜା ୩, କୁଲଦୀପ ଯାଦବ ୨, ପଦାର୍ପଣ ମ୍ୟାଚ ଖେଳୁଥିବା ଦୀପକ ଚହର ୧ ଵିକେଟ ନେଇଥିଲେ। କେଏଲ୍ ରାହୁଲ ଓ ଅମ୍ବାତି ରାୟୁଡୁ ଭାରତ ପାଳି ଆରମ୍ଭ କରି ପ୍ରଥମ ଵିକେଟରେ ୧୧୦ ରନ୍ ସ˚ଗ୍ରହ କରିଥିଲେ। ରାହୁଲ ୬୦ ଓ ରାୟୁଡୁ ୫୭ ରନ୍ କରି ଆଉଟ ହେବା ପରେ ପ୍ରଥମ ଵିକେଟରେ ଦୀନେଶ କାର୍ତ୍ତିକ ଉପଯୋଗୀ ୪୪ ରନ୍ ସ˚ଗ୍ରହ କରିଥିଲେ। କିନ୍ତୁ ମହେନ୍ଦ୍ର ସି˚ହ ଧୋନି (୮), ମନିଷ ପାଣ୍ତେ (୮), କେଦାର ଯାଦବ (୧୯) ଶୀଘ୍ର ଆଉ ହେବାରୁ ଦଳ ଉପରେ ଚାପ ବଢିଥିଲା। ତଥାପି ଜାଡେଜା ଶେଷ ବଲ୍ ପର୍ଯ୍ୟନ୍ତ ସ˚ଘର୍ଷ କରି ଦଳକୁ ବରାବରସ୍ଥିତିରେ ରଖିବା ପରେ ଆଉଟ ହୋଇଯାଇଥିଲେ। ଭାରତ ମଧ୍ୟ ସମାନ ୨୫୨ ରନ୍ରେ ସମସ୍ତ ଵିକେଟ ହରାଇବାରୁ ଉଭୟ ଦଳଙ୍କ ମଧ୍ୟରେ ପଏଣ୍ଟ ଭାଗ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Asia-Cup_Afganishtan-Bowler-Attacked-Hard_Thumbnail.jpg)