ଭୁବନେଶ୍ବର: ତାମିଲନାଡୁ ପାଇଁ ସନ୍ତୋଷ ଟ୍ରଫି ଖେଳିଥିବା ସୁସାଇ ରାଜ ମାଇକେଲ୍ଙ୍କୁ ୨ ବର୍ଷିଆ ଚୁକ୍ତିବଦ୍ଧ କରିଛି ଓଡ଼ିଶା ଏଫ୍ସି। ଭୁବନେଶ୍ବରସ୍ଥିତ ଏବିଟିବି (ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ)ରେ ଡାକ୍ତରୀ ପରୀକ୍ଷା ଦେବା ପରେ ସୁସାଇ ରାଜ ମାଇକେଲଙ୍କ ଚୁକ୍ତିବଦ୍ଧ କାର୍ଯ୍ୟର ଔପଚାରିକତା ଶେଷ ହୋଇଛି। ଆଇଏସ୍ଏଲ୍ ଜୀବନରେ ସୁସାଇରାଜ ଜାମସେଦପୁର ଏଫ୍ସି, ଏଟିକେ, ମୋହନ ବାଗାନ ପାଇଁ ଖେଳିଥିଲେ। ଏହା ପୂର୍ବରୁ ସେ ତାମିଲନାଡୁର ସର୍ବପୁରାତନ ଫୁଟ୍ବଲ୍ କ୍ଲବ୍ ସେଣ୍ଟ୍ କାଥରିନ୍ ଏଫସି ସହିତ ଅନ୍ତଃବିଶ୍ବବିଦ୍ୟାଳୟ, ସିଏଫଏ ସିନିୟର୍ ଡିଭିଜନ୍ ଦଳ ଚେନ୍ନାଇ ସିଟି, ଅରୋଜ୍ ପାଇଁ ମଧ୍ୟ ଖେଳିଥିଲେ। ଜଗରନଟ୍ ଯାତ୍ରାରେ ସାମିଲ ହୋଇଥିବାରୁ ସୁସାଇ ରାଜ ମାଇକେଲ୍ ଖୁସି ବ୍ୟକ୍ତ କରିବା ସହ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମ ମ୍ୟାଚ୍ ଖେଳିବାକୁ ବ୍ୟଗ୍ର ବୋଲି ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସି ସଭାପତି ରାଜ ଅତୱାଲ ମଧ୍ୟ ସୁସାଇଙ୍କୁ ସ୍ବାଗତ କରିବା ସହ କ୍ଲବ୍ ତାଙ୍କଠାରୁ ପରବର୍ତୀ ୨ ଋତୁରେ ଅନେକ ଆଶା ରଖିଛି ବୋଲି କହିଛନ୍ତି।
ରାଜଙ୍କ ସହ ଓଡ଼ିଶା ଏଫ୍ସିର ୨ ବର୍ଷିଆ ଚୁକ୍ତି
/sambad/media/post_attachments/wp-content/uploads/2022/05/65୍ମ4ି65୍ମ465୍ିମ4ି65୍ମ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)