ହାଇଦ୍ରାବାଦ: ରାଞ୍ଚିରେ ଭାରତ, ଗୌହାଟୀରେ ଅଷ୍ଟ୍ରେଲିଆ, ହାଇଦ୍ରାବାଦରେ ବର୍ଷା ହେଲେ ବିଜେତା। ଫଳରେ ଭାରତ-ଅଷ୍ଟ୍ରେଲିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳା ୧-୧ରେ ଅମୀମାଂସିତ ରହିଲା। ଭାରତ ଗସ୍ତରେ ବିଫଳ ରହିଥିବା ଅଷ୍ଟ୍ରେଲିଆକୁ ଶେଷରେ ଅନ୍ୟୁନ ଟ୍ରଫି ହାତେଇବାର ସୁଯୋଗ ବି ମିଳିଗଲା। ଦିନିକିଆରେ ୧-୪ରେ ହାରିଥିବା ଅଷ୍ଟ୍ରେଲିଆ ଦଳ ମଧ୍ୟ ଉଭୟ ଶୃଙ୍ଖଳାରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସ୍ୱେଦେଶ ଫେରିବାକୁ ପ୍ରସ୍ତୁତ ହେଲା। ଶୁକ୍ରବାର ହାଇଦ୍ରାବାଦର ଉପ୍ପଲସ୍ଥିତ ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ନିର୍ଣ୍ଣାୟକ ତୃତୀୟ ମ୍ୟାଚ୍ କାଦୁଆ ପଡ଼ିଆ କାରଣରୁ ବଲ୍ ନ ପଡ଼ି ବାତିଲ ହୋଇଥିଲା। ମ୍ୟାଚ୍ ଆରମ୍ଭର ୨ ଘଣ୍ଟା ପୂର୍ବରୁ ବର୍ଷା ହୋଇନଥିଲେ ମଧ୍ୟ ବିଗତ ୨ ସପ୍ତାହର ବର୍ଷା କାରଣରୁ ଆଉଟ୍ ଫିଲ୍ଡ କର୍ଦାମାକ୍ତ ରହିଥିଲା। ପଡ଼ିଆ କର୍ମଚାରୀମାନେ ଦୂରା ଦମ୍ ଲଗାଇ ଦେଇଥିଲେ ମଧ୍ୟ ରାତି ୮.୩୦ ସମୟରେ ମ୍ୟାଚ୍ ବାତିଲ ଘୋଷିତ ହୋଇଥିଲା। ପିଚ୍, ବୋଲିଂ ରନ୍ ଅପ୍ ଏବଂ ୩୦ ଗଜ ବଳୟର ପଡ଼ିଆ ଠିକ୍ ଠାକ୍ ଥିଲେ ମଧ୍ୟ ବାହ୍ୟ ପଡ଼ିଆ ବିପଜ୍ଜନକ ସ୍ଥିତିରେ ଥିବାରୁ ଅମ୍ପାୟାରଙ୍କୁ ମ୍ୟାଚ୍ ବାତିଲ କରିବାକୁ ପଡ଼ିଥିଲା। ଭାରତ ଏବେ ଅକ୍ଟୋବର ୨୨ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୩ ଲେଖାଏଁ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଖେଳିବାକୁ ପ୍ରସ୍ତୁତ ହେବ।
ଟେ୍ଵଣ୍ଟି-୨୦ ଶୃଙ୍ଖଳା ଅମୀମାଂସିତ
/sambad/media/post_attachments/wp-content/uploads/2017/10/ckt-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)