ନୂଆଦିଲ୍ଲୀ: ଆସନ୍ତା ମାସରେ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବା ପାଇଁ ଶ୍ରୀଲଙ୍କା କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସିବ। ନଭେମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଶୃଙ୍ଖଳା ଡିସେମ୍ବର ୨୪ ତାରିଖରେ ଶେଷ ହେବ। ଏହି ୩୯ ଦିନିଆ ଗସ୍ତ ସୂଚୀରେ ଭ୍ରମଣକାରୀ ଦଳ ୩ଟି ଲେଖାଏଁ ଟେଷ୍ଟ, ଦିନିକିଆ ଓ ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳିବ। କୋଲ୍କାତା ଟେଷ୍ଟରୁ ଶୃଙ୍ଖଳା ସୂଚୀ ଆରମ୍ଭ ହେବାକୁ ଯାଉଥିଲା ବେଳେ ମୁମ୍ବାଇରେ ଶେଷ ଟେ୍ଵଣ୍ଟି-୨୦ ଖେଳି ଶ୍ରୀଲଙ୍କା ଦଳ ଗସ୍ତ ଶେଷ କରିବ। ନଭେମ୍ବର ୧୬ରୁ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କୋଲ୍କାତା ଆୟୋଜନ କରୁଥିଲା ବେଳେ ଅନ୍ୟ ଦୁଇଟି ଟେଷ୍ଟ ନାଗପୁର ଓ ଦିଲ୍ଲୀରେ ଖେଳାଯିବ। ଡିସେମ୍ବର ୬ ତାରିଖରେ ଟେଷ୍ଟ ଶୃଙ୍ଖଳା ସରିବା ପରେ ୧୦ରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ଧର୍ମଶାଳା, ମୋହାଲି ଓ ବିଶାଖାପାଟଣାରେ ତିନିଟିଯାକ ଦିନିକିଆ ଖେଳିବା ପରେ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବା ପାଇଁ ସିଂହଳୀ ଦଳ କଟକ ଆସିବ। ଡିସେମ୍ବର ୨୦ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଉଭୟ ଦଳ ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳିବେ। ଏହାପରେ ଇନ୍ଦୋର ଓ ମୁମ୍ବାଇରେ ଅବଶିଷ୍ଟ ଦୁଇଟି ଟେ୍ଵଣ୍ଟି-୨୦ ଖେଳି ସିଂହଳୀ ଦଳ ସ୍ୱଦେଶ ଫେରିଯିବ। ମାତ୍ର କିଛି ମାସର ବ୍ୟବଧାନ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପାକ୍ଷିକ ଶୃଙ୍ଖଳା। ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିଥିଲା। ଆଉ ସେହି ଗସ୍ତରେ ତିନିଟିଯାକ ଫର୍ମାଟ୍ରେ ଶ୍ରୀଲଙ୍କା ଦଳକୁ ୯-୦ରେ ଭାରତ ପରାସ୍ତ କରିଥିଲା। ଅବଶ୍ୟ ଭାରତ-ଶ୍ରୀଲଙ୍କା ସୂଚୀ ନେଇ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ।
ଡିସେମ୍ବର ୨୦ରେ ବାରବାଟୀ ଟେ୍ଵଣ୍ଟି-୨୦
/sambad/media/post_attachments/wp-content/uploads/2017/10/bara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)