ରାଉରକେଲା ଛାତ୍ରାବାସରୁ ୨୦ ବଲ୍‌ବଏ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ବିଶ୍ୱ ହକି ଲିଗ୍‌ ଲାଗି ରାଉରକେଲା କ୍ରୀଡ଼ା ଛାତ୍ରାବାସରୁ ୨୦ ଜଣ ଅନ୍ତେବାସୀ ଭୁବନେଶ୍ୱର ଆସି ବଲ୍‌ବଏ ଦାୟିତ୍ୱ ତୁଲାଇବେ। କ୍ରୀଡ଼ା ବିଭାଗର ଉପ ସଚିବ ମନୋଜ କୁମାର ପାଢ଼ୀ ସୋମବାର କ୍ରୀଡ଼ା ବିଭାଗର ପତ୍ର ସଂଖ୍ୟା ୧୧୫୫୨ରେ ରାଉରକେଲା କ୍ରୀଡ଼ା ଛାତ୍ରାବାସର ଭାରାପ୍ରାପ୍ତ ଅଧିକାରୀଙ୍କୁ ଏହି ନିର୍ଦେଶ ଦେଇଛନ୍ତି। ଖେଳାଳିମାନଙ୍କୁ ୨୫ ତାରିଖ ସୁଦ୍ଧା ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଭାରାପ୍ରାପ୍ତ ଅଧିକାରୀଙ୍କୁ ରିପୋର୍ଟ କରିବାକୁ ଏଥିରେ କୁହା ଯାଇଛି। ଏହି ଖେଳାଳିମାନେ ପ୍ରତିଯୋଗିତା ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବେ।

ଖେଳାଳିଙ୍କ ଖାଇବା ଖର୍ଚ ସେମାନଙ୍କୁ ମିଳୁଥିବା ଦୈନିକ ଭତ୍ତାରୁ କାଟି ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରେ ପୈଠ କରିବାକୁ ମଧ୍ୟ ନିର୍ଦେଶନାମା ଜାରି କରାଯାଇଛି। ସେମାନଙ୍କ ଯାତ୍ରା ଖର୍ଚ ଛାତ୍ରବାସର ଆପାତ୍ତକାଳୀନ ପାଣ୍ଠିରୁ ଦିଆଯିବ। ବଲ୍‌ବଏ ପାଇଁ ବଛା ହୋଇଥିବା ଖେଳାଳିମାନେ ହେଲେ: ଦୀପକ ଏକ୍କା, ବିମଲ ଖଲ୍‌କୋ, ରୋଶନ କୁଜୁର, ଗୌତମ ରୋହିଦାସ, ସଂଜୟ ଏକ୍କା, ଦୁବରାଜ ଅହିର, ସମିର ବରିଆ, ଅତୁଲ ଏକ୍କା, ପ୍ରବୀଣ ଇନ୍ଦଓ୍ଵାର, ଜନିତ ଟେଟେ, ମୁକେଶ ଟପ୍ପୋ, ଅଜିତ ମହାନ୍ତ, ଟାର୍ଜନ ଖାଲ୍‌କୋ, ସୁଶୀଲ ଏକ୍କା, ବିକାଶ ଏକ୍କା, ଆଦ୍ରୋଇତ୍‌ ଏକ୍କା, ନିଲେ ବାର୍ଲା, ପ୍ରତାପ ଟପ୍ପୋ, ରାଜମନ ତେଲି, ପୌଲସ୍‌ ଲାକ୍ରା।

ସମ୍ବନ୍ଧିତ ଖବର