କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ମୁମ୍ବାଇ ଆଗରେ ୨୦୦ ରନର ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୨୬ତମ ମ୍ୟାଚରେ ମୁମ୍ବାଇ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ । ଲକ୍ଷ୍ନୌ ପକ୍ଷରୁ କେ.ଏଲ.ରାହୁଲ ଅଧିନାୟକ ଇନିଂସ ଖେଳି ଏକ ବିସ୍ଫୋରକ ଶତକ ହାସଲ କରିଥିଲେ ।
ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଅଧିନାୟକ କେ.ଏଲ.ରାହୁଲଙ୍କ ଲଢୁଆ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୯୯ ରନ କରିଥିଲା । ରାହୁଲ ମାତ୍ର ୬୦ ବଲରୁ ୧୦୩ ରନ କରିଥିଲେ । ନିଜର ଏହି ଇନିଂସରେ ସେ 5ଟି ଛକା ଓ 9ଟି ଚୌକା ମାରିଥିଲେ ।

ସେହିପରି ମନୀଶ ପାଣ୍ଡେ ୩୮, କ୍ବିଣ୍ଟନ ଡିକକ୍ ୨୪ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ମୁରୁଗାନ ଅଶ୍ବୀନ,ଜୟଦେବ ଉନାଡକଟ ଓ ଫାବିଆନ ଆଲେନ ଗୋଟିଏ ଲେଖାଏଁ ଓ୍ବିକେଟନେଇଥିଲେ ।

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଦଳ ଏପର୍ୟ଼୍ୟନ୍ତ ୫ଟି ମ୍ୟାଚ ଖେଳି ପରାଜିତ ହୋଇଛି ।

ସମ୍ବନ୍ଧିତ ଖବର