ଆଇପିଏଲ :କେଏଲ ରାହୁଲଙ୍କ ଶତକ, ଗୁଜରାଟ ଆଗରେ ୨୦୦ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଗୁଜରାଟ ଆଗରେ ୨୦୦  ରନର ଲକ୍ଷ୍ୟ ରଖିଛି ଦିଲ୍ଲୀ । ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା କେଏଲ ରାହୁଲଙ୍କ ଶତକ ।

ସସସ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଗୁଜରାଟ ଆଗରେ ୨୦୦  ରନର ଲକ୍ଷ୍ୟ ରଖିଛି ଦିଲ୍ଲୀ । ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା କେଏଲ ରାହୁଲଙ୍କ ଶତକ । ଏହି ଶତକ ସହିତ ଆଇପିଏଲରେ ୩ଟି ଅଲଗା ଅଲଗା ଫ୍ରାଞ୍ଚାଇଜି ( ପଂଜାବ, ଲକ୍ଷ୍ନୌ ଓ ଦିଲ୍ଲୀ) ପାଇଁ ଶତକ କରିବାରେ ସେ ପ୍ରଥମ ଖେଳାଳି ପାଲଟିଛନ୍ତି ।

ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ସତର୍କତାର ସହ ଖେଳିଥିଲା । ଦୁଇ ଓପନର କେଏଲ ରାହୁଲ ଓ ଫାଫ ଡୁପ୍ଲେସିସ୍ ଭଲ ଆରମ୍ଭ କରିଥିଲେ ବି ଡୁପ୍ଲେସିସ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ଏହା ସତ୍ତ୍ବେ ରାହୁଲ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସେ ୬୦ ବଲରେ ନିଜର ଶତକ ପୂରଣ କରିଥିଲେ । ଅଭଷେକ ପୋରେଲ ୩୦ ରନ ଓ ଅଧିନାୟକ ଅକ୍ଷର ପଟେଲ ୨୫ ରନ କରିଥିଲେ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୯୯ ରନ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe