ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ଦଳ ଆରମ୍ଭରୁ ନିଜର ତାରକା ବ୍ୟାଟର ବିରାଟ କୋହଲିଙ୍କୁ ହରାଇଥିଲା । ସେ ମାତ୍ର ୧ ରନ କରି ଆଉଟ ହୋଇଥିଲେ । କିନ୍ତୁ ଫାଫ୍ ଡୁପ୍ଲେ ସିସ୍ ଓ ଗ୍ଲେନ ମାକ୍ସଓ୍ବେଲ୍ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଡୁପ୍ଲେସିସ୍ ୬୫ ରନ କରିଥିବାବେଳେ ମାକ୍ସଓ୍ବେଲ ୬୮ରନ କରିଥିଲେ । ସେହିପରି ଦିନେଶ କାର୍ତ୍ତିକ ୩୦ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୯ ରନ କରିଥିଲା ।
ମୁମ୍ବାଇ ପକ୍ଷରୁ ଜାସନ ବେହେରେନଡ୍ରଫ୍ ୩ଟି ଓ୍ବିକେଟ୍ ନେଇଥିବାବେଳେ କ୍ରିସ ଜୋର୍ଡାନ, କାମେରନ ଗ୍ରୀନ ଓ କୁମାର କାର୍ତ୍ତିକେୟ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।