ଅହମଦାବାଦ : ଅହମଦାବାଦଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୧୭ତମ ମ୍ୟାଚରେ ପଂଜାବ କିଙ୍ଗସ ଆଗରେ ୨୦୦ ରନର ଲକ୍ଷ୍ୟ ରଖିଛି ଗୁଜରାଟ ଟାଇଟନ୍ସ ।

Advertisment

ଏହି ମ୍ୟାଚରେ ପଂଜାବ କିଙ୍ଗସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଦଳ ଆରମ୍ଭରୁ ହିଁ ଦ୍ରୁତ ଗତିରେ ରନ କରିବା ଆରମ୍ଭ କରିଦେଇଥିଲା । ତେବେ ଓପନର ରିଦ୍ଧିମାନ ଶାହା ମାତ୍ର ୧୧ ରନ କରି ଆଉଟ ହେବା ସତ୍ତ୍ବେ ଅନ୍ୟ ଓପନର ଶୁଭମନ ଗିଲ ନିଜର ବିସ୍ଫୋରକ ବ୍ୟାଟିଂ କରିଚାଲିଥିଲେ । ସେ କେନ ଓ୍ବିଲିୟମସନଙ୍କ ସହ ମିଶି ଏକ ଉପଯୋଗୀ ପାର୍ଟନରସିପ କରିଥିଲେ । ଓ୍ବିଲିୟମସନ ୨୬ ରନ କରି ଆଉଟ ହେବା ପରେ ଗିଲଙ୍କ ବିସ୍ଫୋରଣ ଜାରି ରହିଥିଲା । ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ମାତ୍ର ୪୮ଟି ବଲରୁ ୮୯ ରନ କରିଥିଲେ । ସାଇ ସୁଦର୍ଶନ ୩୩ ରନ କରିଥିଲେ । ଶେଷବେଳକୁ ରାହୁଲ ତେଓତିଆ ୨୩ ରନ କରିଥିଲେ । ଦଳ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୯୯ ରନ କରିଥିଲା ।