ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୍ ୨୦୨୩ର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ, ଆଗରେ ୨୦୧ ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।
ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୦ ରନ କରିଥିଲା । ଦଳର ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଓ ବିଭ୍ରାନ୍ତ ଶର୍ମା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ ।
ଉଭୟ ଓପନର ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୧୪୦ ରନ କରିଥିଲେ । ମୟଙ୍କ ୮୩ରନ କରିଥିବାବେଳେ ବିଭ୍ରାନ୍ତ ୬୯ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ମଧ୍ୟକ୍ରମ ନିରାଶ କରିଥିଲା । ଦଳ ଅଳ୍ପରନ ବ୍ୟବଧାନରେ ବେଶ କେତୋଟି ଓ୍ବିକେଟ ହରାଇବା ଯୋଗୁଁ ଏକ ବଡ଼ ସ୍କୋର ଆଡକୁ ଗତି କରୁଥିବା ହାଇଦ୍ରାବାଦର ରନଗତି ଟିକିଏ ଧୀମେଇ ଯାଇଥିଲା । ତେବେ ଅଧିନାୟକ ଆଇଡେନ ମାର୍କରାମ ଶେଷ ବଲରେ ଛକା ମାରିବାରୁ ଦଳୀୟ ସ୍କୋର ୨୦୦ ଛୁଇଁଥିଲା ।