ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୪୧ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ପଂଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯାଉଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ରବିବାର ଦିନ ଘରୋଇ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୨୦୦ ରନ୍‌ କରିଛି।

Advertisment

ଚେନ୍ନାଇର ‌ପ୍ରାରମ୍ଭିକ ବ୍ୟାଟର ଡେୱାନ୍‌ କନୱେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ପଂଜାବର ସବୁ ବୋଲରମାନଙ୍କୁ ହତାଶ କରିଥିଲେ। ତାଙ୍କର ଏହି ପାଳିରେ ସେ ୫୨ଟି ବଲ୍‌ ଖେଳିଥିଲେ। ୧୬ଟି ଚୌକା ଓ ଗୋଟିଏ ଛକା ବଳରେ ଅପରାଜିତ ୯୨ ରନ୍‌ କରିଥିଲେ।

publive-image Photo: IPL Twitter

ଚେନ୍ନାଇର ପାଳି ଅରମ୍ଭ କରିଥିଲେ ଋତୁରାଜ ଗାଏକ୍ବାର୍ଡ ଓ କନ୍‌ୱେ । ଉଭୟ ବ୍ୟାଟର ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ୱିକେଟ୍‌ରେ ୮୬ ରନ୍‌ ସଂଗ୍ରହ କରିଥିଲେ। ତେବେ ପଂଜାବର ପ୍ରଥମ ଶିକାର ହୋଇଥିଲେ ଋତୁରାଜ। ସେ ପାଭଲିଅନ୍‌ ଫେରିବା ପୂର୍ବରୁ ୩୧ଟି ବଲ୍‌ ସାମ୍ନା କରିଥିଲେ। ଏଥିରୁ ସେ ୪ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୩୭ ରନ୍‌ ଯୋଡ଼ିଥିଲେ। କନ୍‌ୱେ ଦ୍ବିତୀୟ ୱିକେଟ୍‌ ପାଇଁ ଶିଭମ ଦୁବେ (୨୮ ରନ୍‌)ଙ୍କ ସହିତ ୪୪ ରନ୍‌ର ଭାଗିଦାରୀ ହୋଇଥିଲେ।

ପଂଜାବର ୩ୟ ଶିକାର ହୋଇଥିବା ମୋଇନ୍‌ ଅଲି ୬ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୧୦ ରନ୍‌ ସଂଗ୍ରହ କରିଥିଲେ। ସେ ଆଉଟ୍‌ ହେବା ବେଳକୁ ଦଳର ସ୍କୋର ୧୫୮ ରନ୍‌ରେ ପହଞ୍ଚି ଥିଲା। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୧୦ଟି ବଲ୍‌ରୁ ୧୨ ରନ୍‌ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୪ଟି ବଲ୍‌ ଖେଳି ୨ଟି ଛକା ସହାୟତାରେ ୧୩ ରନ୍‌ ସଂଗ୍ରହ କରିଥିଲେ। ପଂଜାବର ବୋଲର ଅର୍ଶଦୀପ ସିଂହ, ସାମ୍‌ କୁରାନ୍‌, ରାହୁଲ ଚହର ଓ ସିକନ୍ଦର ରାଜା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।