ଭାଲେନ୍ସିଆ: ଆର୍ଜେଣ୍ଟିନା ଫୁଟ୍ବଲ୍ ତାରକା ଲିଓନେଲ ମେସି ଚଳିତ ୨୦୧୮ରେ ପ୍ରଥମ ଖେଳାଳି ଭାବେ ୫୦ ଗୋଲ୍ ଦେଇଛନ୍ତି। ରବିବାର ଲା ଲିଗା ଲିଗ୍ରେ ଲେଭାଣ୍ଟେ କ୍ଲବ୍ ବିପକ୍ଷ ମ୍ୟାଚ୍ରେ ମେସି ହ୍ୟାଟ୍ରିକ୍ (କ୍ରମାଗତ ୩) ଗୋଲ୍ ଦେଇ ଏହି ମାଇଲ୍ଖୁଣ୍ଟ୍ ଡେଇଁଥିଲେ। ଏଥି ସହ ମେସି ଲା ଲିଗା ଲିଗ୍ରେ ୩୧ତମ ହ୍ୟାଟ୍ରିକ୍ ମଧ୍ୟ ହାସଲ କଲେ। ତାଙ୍କର ହ୍ୟାଟ୍ରିକ୍ ବଳରେ ବାର୍ସିଲୋନା ଏଫ୍ସି ୫-୦ ଗୋଲ୍ରେ ଲେଭାଣ୍ଟେ କ୍ଲବ୍କୁ ହରାଇଥିଲା। ଚଳିତ ବର୍ଷ ସର୍ବାଧିକ ଗୋଲ୍ ଦେବାରେ ମେସିଙ୍କ ପଛକୁ ପର୍ତୁଗାଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ (୪୬) ଏବଂ ବେୟାର୍ନ ମ୍ୟୁନିକ୍ର ପୋଲାଣ୍ଡ୍ ଜାତୀୟ ଦଳ ଅଧିନାୟକ ରର୍ବଟ୍ ଲିୱାନ୍ଡୋସ୍କି ମିଳିତ ଭାବେ ଦ୍ବିତୀୟରେ ରହିଛନ୍ତି।
୨୦୧୮ରେ ୫୦ ଗୋଲ୍ ଦେବାରେ ମେସି ପ୍ରଥମ
/sambad/media/post_attachments/wp-content/uploads/2018/12/5-Lionel-Messi-becomes-the-first-player-to-score-50-goals-in-2018.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)