ଲଣ୍ଡନ୍: ୨୦୧୯ ମସିହାର ଆସେସ୍ ଶୃଙ୍ଖଳା ଏଜବାଷ୍ଟନ୍ ଟେଷ୍ଟ୍ରୁ ଆରମ୍ଭ ହେବ। ଗୁରୁବାର ଇଂଲଣ୍ଡ ଆଣ୍ଡ୍ େଓ୍ଵଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହି ଘୋଷଣା କରିଛି। ଇଂଲଣ୍ଡର ଆସେସ୍ ଫେରି ପାଇବା ଅଭିଯାନ ଏହିଠାରୁ ଆରମ୍ଭ ହେବ। ୨୦୦୯ ମସିହାରୁ ଏଜବାଷ୍ଟନ୍ରେ ଇଂଲଣ୍ଡ ଅପରାଜିତ ଥିବାରୁ ଏହିଠାରୁ ଅଷ୍ଟ୍ରେଲିଆ ବିପକ୍ଷ ସମ୍ମାନଜନକ ଶୃଙ୍ଖଳାର ଶୁଭାରମ୍ଭ କରିବାକୁ ଯାଉଛି। ଅଗଷ୍ଟ ପହିଲାରୁ ଏହା ଆରମ୍ଭ ହେବ। ଲର୍ଡସ, ହେଡିଙ୍ଗ୍ଲେ, ଓଲ୍ଡ ଟ୍ରାଫୋର୍ଡ ଏବଂ ଦି ଓଭାଲ୍ରେ ପରବର୍ତୀ ୪ ଟେଷ୍ଟ୍ ଖେଳାଯିବ। ଚଳିତ ବର୍ଷ ପ୍ରାରମ୍ଭରେ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ୪-୦ରେ ଇଂଲଣ୍ଡକୁ ଧରାଶାୟୀ କରିଥିଲା। କିନ୍ତୁ କଙ୍ଗାରୁ ଦଳ ପ୍ରାୟ ଦୁଇ ଦଶନ୍ଧି ଧରି ଇଂଲଣ୍ଡରେ ଆସେସ୍ ଜିତି ନାହିଁ। ଶେଷ ଥର ପାଇଁ ୨୦୦୧ ମସିହାରେ ଷ୍ଟିଭ୍ ଓ୍ଵଙ୍କ ଦଳ ୪-୧ରେ ଇଂଲଣ୍ଡକୁ ଇଂଲଣ୍ଡରେ ହରାଇଥିଲା। ଅନ୍ୟ ଏକ ପ୍ରମୁଖ କଥା ହେଉଛି ୨୦୧୯ ଆସେସ୍ ସହିତ ବିଶ୍ୱ ଟେଷ୍ଟ୍ ପ୍ରତିଯୋଗିତାର ଦୁଇ ବର୍ଷିୟା ଚକ୍ର ଆରମ୍ଭ ହୋଇଯିବ। ଏହି ଋତୁ ଆରମ୍ଭ ପୂର୍ବରୁ ଇଂଲଣ୍ଡ ମଧ୍ୟ ନବାଗତ ଆୟର୍ଲାଣ୍ଡ ସହିତ ଜୁଲାଇ ୨୪ରୁ ୨୭ ତାରିଖ ମଧ୍ୟରେ ଲର୍ଡସରେ ଖେଳିବ। ୧୯୭୧ ମସିହା ପରେ ଇଂଲଣ୍ଡ ପ୍ରଥମ ଥର ପାଇଁ ୫ରୁ କମ୍ ଦିନିଆ ଟେଷ୍ଟ୍ ଖେଳିବ। ସେଥର ଇଂଲଣ୍ଡ ନ୍ୟୁଜିଲାଣ୍ଡ୍ ଗସ୍ତରେ ୪ ଦିନିଆ ଟେଷ୍ଟ୍ ଖେଳିଥିଲା। ୨୦୧୯ ଆସେସ୍ ଶୃଙ୍ଖଳା ପୂର୍ବରୁ କିନ୍ତୁ ଇଂଲଣ୍ଡ୍ ପାକିସ୍ତାନ ବିପକ୍ଷରେ ସୀମିତ ଓଭର ଶୃଙ୍ଖଳା ଖେଳିବ। ଏହା ଇଂଲଣ୍ଡର ଘରୋଇ ଅନ୍ତର୍ଜାତୀୟ ଶୃଙ୍ଖଳାର ଶୁଭାରମ୍ଭ କରିବ। ମେ’ ୫ରୁ ୧୯ ତାରିଖ ମଧ୍ୟରେ ପାକିସ୍ତାନ ଗୋଟିଏ ଟେ୍ଵଣ୍ଟି-୨୦ ଏବଂ ୫ଟି ଦିନିକିଆ ଅନ୍ତର୍ଜାତୀୟ ଦିନିକିଆ ଖେଳିବ।
ଏଜ୍ବାଷ୍ଟନ୍ରୁ ୨୦୧୯ ଆସେସ୍
/sambad/media/post_attachments/wp-content/uploads/2018/07/ashes-logo-2013150-300x186.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)