୨୦୧୯ ଆଇସିସି ବିଶ୍ୱ କପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୁନ୍‌ ୫ରେ ଭାରତ କରିବ ଅଭିଯାନ, ଜୁନ ୧୬ରେ ପାକିସ୍ତାନ ସହିତ ମୁକାବିଲା 

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ୱ କପ୍‌ ୨୦୧୯ ଜୁନ୍‌ରେ ଆରମ୍ଭ ହେବ। ଭାରତ ଜୁନ୍‌ ୫ରେ ଦକ୍ଷିଣ ଆଫ୍ରିକା ବିରୋଧରେ ଅଭିଯାନ ଆରମ୍ଭ କରିବ ବୋଲି  ବିସିସିଆଇ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଭାରତ ଜୁନ ୧୬ରେ ପାକିସ୍ତାନକୁ ଭେଟିବ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଫାଇନାଲ ମ୍ୟାଚ୍‌ର ୧୫ ଦିନ ବ୍ୟବଧାନରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଖେଳିବ। ଆଇପିଏଲ୍‌ ୧୨ ସଂସ୍କରଣ ୨୦୧୯ ମାଚ୍ଚ ୧୯ରୁ ଆରମ୍ଭ ହୋଇ ମେ’ ମାସ ୧୯ ପର୍ଯ୍ୟନ୍ତ ଜାରି ରହିବ।

ବିଶ୍ୱ କପ୍‌ ପାଇଁ କୋଲକାତା ଠାରେ ଚାଲିଥିବା ଆଇସିସିର ୫ ଦିନିଆ ବୈଠକରେ ଏହି ଘୋଷଣା ହୋଇଛି। ଭାରତ ୨୦୧୧ ରେ ଚମ୍ପିଅନ୍‌ ହୋଇଥିବା ବେଳେ ୨୦୧୫ରେ ସେମି ଫାଇନାଲରୁ ବିଦାୟ ନେଇଥିଲା।

ଇଂଲଣ୍ଡ ଓ େଓ୍ଵଲସ୍‌ର ୧୨ଟି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦ୍ୱାଦଶ ବିଶ୍ୱ କପ୍‌ ମେ’ ମାସ ୩୦ରୁ ଆରମ୍ଭ ହୋଇ ଜୁନ ୧୪ରେ ଶେଷ ହେବ। ସମୁଦାୟ ୪୮ ଟି ମ୍ୟାଚ୍‌ ଖେଳାଯିବ। ସେଥିରୁ ୪୫ଟି ଗ୍ରୁପ ମ୍ୟାଚ୍‌ ହେବ। ୧୯୯୨ ବିଶ୍ୱ କପ୍‌ ଫର୍ମାଟରେ ଏହି ବିଶ୍ୱ କପ୍‌ ହେବ। ୨୦୦୬ରେ ୨୦୧୫ ହୋଇଥିବା ବିଶ୍ୱ କପ୍‌ ଆୟୋଜନ ପାଇଁ ନିଷ୍ପତ୍ତି ସମୟରେ ଇଂଲଣ୍ଡ ଓ େଓ୍ଵଲସ୍‌ରେ ୨୦୧୯ରେ ବିଶ୍ୱ କପ୍‌ ଖେଳାଯିବାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଥିଲା। ପୂର୍ବରୁ ଇଂଲଣ୍ଡ ୧୯୭୫, ୧୯୭୯ ଓ ୧୯୮୩ରେ ବିଶ୍ୱ କପ୍‌ର ଆୟୋଜନ କରିଥିଲା। ଦୀର୍ଘ ୩୫ ବର୍ଷର ବ୍ୟବଧାନ ପରେ ଇଂଲଣ୍ଡରେ ପୁଣି ଥରେ କ୍ରିକେଟ ବିଶ୍ୱ କପ୍‌ର ଆୟୋଜନ ହେଉଛି।

 

ସମ୍ବନ୍ଧିତ ଖବର