୨୦୧୯ରେ ଦେଖିବାକୁ ମିଳିବ ବହୁ ବିଶ୍ବସ୍ତରୀୟ କ୍ରୀଡ଼ାମେଳା। ଫୁଟ୍‌ବଲ୍‌ ଏସିଆ କପ୍‌, ଯୁବ ଫିଫା ବିଶ୍ବକପ୍‌ ସାଙ୍ଗକୁ ‌କ୍ରିକେଟ୍‌ର ଦିନିକିଆ ବିଶ୍ବକପ୍‌। ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌ ଉଣେଇଶ ମଧ୍ୟଭାଗକୁ ଚଳଚଞ୍ଚଳ ରଖିବ। ଭୁବନେଶ୍ବରରେ ଜୁନ୍‌ରେ ହେବ ହକି ସିରିଜ୍‌ ଫାଇନାଲ୍‌ ଯାହାକୁ ନେଇ ଭାରତର କ୍ରୀଡ଼ା ହବ୍‌ ଓଡ଼ିଶା ହେବ ପୁଣି ଚଳଚଞ୍ଚଳ। ଟେନିସ୍‌ର ୪ ଗ୍ରାଣ୍ଡ୍‌ ସ୍ଲାମ୍‌, ନେଟ୍‌ବଲ୍ ବିଶ୍ବ କପ୍, ‌ଦୌଡ଼କୁଦ ବିଶ୍ବ ପ୍ରତିଯୋଗିତା ଭଳି ବିବିଧ ଖେଳର ମଜ୍ଜା ନେବେ ଏ ବର୍ଷର କ୍ରୀଡ଼ାପ୍ରେମୀ। ଖେଳ ଦୁନିଆର ନିୟମିତ ପ୍ରତିଯୋଗିତା ସହ କେତେକ ବିଶେଷ ଆୟୋଜନ ପାଇଁ ଉଣେଇଶ ହେବ ଅନନ୍ୟ ଏବ˚ ସ୍ବତନ୍ତ୍ର। ଜାତୀୟ ଟେବୁଲ୍ ଟେନିସ୍‌ରୁ ଓଡ଼ିଶାରେ ଆରମ୍ଭ ହେବ କ୍ରୀଡ଼ା ଯାତ୍ରା। ସେହି ସବୁ କ୍ରୀଡ଼ା ପ୍ରତିଯୋଗିତାକୁ ନେଇ ‘ସମ୍ବାଦ’ ପ୍ରସ୍ତୁତ କରିଛି ‘କ୍ରୀଡ଼ା କ୍ୟାଲେଣ୍ତର-୨୦୧୯’।

Advertisment

ଜାନୁଆରି
ତାରିଖ କ୍ରୀଡ଼ା ପ୍ରତିଯୋଗିତା କେଉଁଠି
୫ରୁ ଫେବ୍ରଆରି ୧ ଫୁଟ୍‌ବଲ୍‌ ଏସିଆ କପ୍‌ ୟୁଏଇ
୧୪ରୁ ୨୭ ଟେନିସ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ମେଲ୍‌ବର୍ନ
ମାର୍ଚ
୧୭ ଫର୍ମୁଲା ୱାନ୍‌ ଅଷ୍ଟ୍ରେଲିଆନ୍‌ ଗ୍ରାଁ ପ୍ରି ମେଲ୍‌ବର୍ନ
୩୧ ଫର୍ମୁଲା ୱାନ୍‌ ବ‌ାହାରିନ୍‌ ଗ୍ରାଁ ପ୍ରି ସାକିର
ଅପ୍ରେଲ୍‌
୧୪ ଫର୍ମୁଲା ୱାନ୍‌ ଚାଇନିଜ୍‌ ଗ୍ରାଁ ପ୍ରି ସାଙ୍ଘାଇ
୨୦ରୁ ମେ ୬ ସ୍ନୁକର ବିଶ୍ବ ପ୍ରତିଯୋଗିତା ଇଂଲଣ୍ଡ
୨୧ରୁ ୨୪ ଅଥ୍‌ଲେଟିକ୍ସ ଏସୀୟ ପ୍ରତିଯୋଗିତା କାତାର
୨୧ରୁ ୨୮ ଟେବୁଲ୍‌ ଟେନିସ ବିଶ୍ବ ପ୍ରତିଯୋଗିତା ହଙ୍ଗରି
୨୮ ଫର୍ମୁଲା ୱାନ୍‌ ଆଜରବାଇଜାନ ଗ୍ରାଁ ପ୍ରି ବକୁ
ମେ’
୩ ଆଥ୍‌ଲେଟିକ୍ସ ଡାଇମଣ୍ଡ୍‌ ଲିଗ୍‌ ଦୋହା
୧୦ରୁ ୧୧ ଆଥ୍‌ଲେଟିକ୍ସ ଆଇଏଏଏଫ୍‌ ବିଶ୍ବ ‌ରିଲେ ବାହାମସ୍‌
୧୨ ଫର୍ମୁଲାୱାନ୍‌ ସ୍ପାନିସ୍‌ ଗ୍ରାଁ ପ୍ରି ସ୍ପେନ୍‌
୨୩ରୁ ଜୁନ୍‌ ୧୫ ଫୁଟ୍‌ବଲ୍‌ ୨୦ବର୍ଷରୁ କମ୍‌ ବିଶ୍ବକପ୍‌ ପୋଲାଣ୍ଡ
୨୫ ଆଥ୍‌ଲେଟିକ୍ସ ଡାଇମଣ୍ଡ୍‌ ଲିଗ୍‌ ସାଙ୍ଘାଇ
୨୬ ଫର୍ମୁଲା ୱାନ୍‌ ମୋନାକୋ ଗ୍ରାଁ ପ୍ରି ମୋନାକୋ
୨୬ରୁ ଜୁନ୍‌ ୯ ଟେନିସ୍‌ ଫ୍ରେଞ୍ଚ୍‌ ଓପନ୍‌ ଫ୍ରାନ୍ସ
୩୦ରୁ ଜୁଲାଇ ୧୪ କ୍ରିକେଟ୍‌ ବିଶ୍ବକପ୍‌ ଇଂଲଣ୍ଡ
ଜୁନ୍‌
୬ରୁ ୧୬ ହକି ସିରିଜ ଫାଇନାଲ୍ସ ଭୁବନେଶ୍ବର
୭ରୁ ଜୁଲାଇ ୭ ଫୁଟ୍‌ବଲ୍‌ ମହିଳା ବିଶ୍ବକପ୍‌ ଫ୍ରାନ୍ସ
୯ ଫର୍ମୁଲା ୱାନ୍‌ କାନାଡିଆନ୍‌ ଗ୍ରାଁ ପ୍ରି କାନାଡା
୨୩ ଫର୍ମୁଲା ୱାନ୍‌ ଫ୍ରେଞ୍ଚ୍ ଗ୍ରାଁ ପ୍ରି ଫ୍ରାନ୍ସ
୨୯ରୁ ଜୁଲାଇ ୭ ବାସ୍କେଟବଲ୍‌ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଗ୍ରିସ୍‌
୩୦ ଫମୁର୍ଲା ୱାନ୍‌ ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି ଅଷ୍ଟ୍ରିଆ
ଜୁଲାଇ
୧ରୁ ୧୪ ଟେନିସ୍‌ ୱିମ୍ବଲ୍‌ଡନ୍‌ ଲଣ୍ତନ
୧୨ରୁ ୨୧ ନେଟ୍‌ବଲ୍‌ ବିଶ୍ବକପ୍‌ ଇଂଲଣ୍ଡ
୧୪ ଫର୍ମୁଲା ୱାନ୍‌ ବ୍ରିଟିସ୍‌ ଗ୍ରାଁ ପ୍ରି ଲଣ୍ଡନ
୨୮ ଫର୍ମୁଲା ୱାନ୍‌ ଜର୍ମାନ ଗ୍ରାଁ ପ୍ରି ଜର୍ମାନି
୨୮ରୁ ଅଗଷ୍ଟ ୬ ବିଭିନ୍ନ କ୍ରୀଡ଼ା ବିଶ୍ବ ପୁଲିସ ଓ ଅଗ୍ନିଶମ କ୍ରୀଡ଼ା ଚୀନ୍‌
ଅଗଷ୍ଟ
୪ ଫର୍ମୁଲା ୱାନ୍‌ ହଙ୍ଗେରିଆନ୍ ଗ୍ରାଁ ପ୍ରି ହଙ୍ଗେରି
୧୯ରୁ ୨୫ ବ୍ୟାଡ୍‌ମିଣ୍ଟନ୍‌ ବିଶ୍ବ ପ୍ରତିଯୋଗିତା ସ୍ବିଜରଲାଣ୍ଡ୍‌
୨୬ରୁ ୯ ସେପ୍ଟେମ୍ବର ଟେନିସ୍‌ ୟୁଏସ୍‌ ଓପନ୍‌ ନ୍ୟୁୟର୍କ
୩୧ରୁ ୧୫ ସେପ୍ଟେମ୍ବର ବାସ୍କେଟବଲ୍‌ ବିଶ୍ବକପ୍‌ ଚୀନ୍
ସେପ୍ଟେମ୍ବର
୧ ଫର୍ମୁଲା ୱାନ୍‌ ବେଲ୍‌ଜିଆନ୍‌ ଗ୍ରାଁ ପ୍ରି ବେଲ୍‌ଜିୟମ
୮ ଫର୍ମୁଲା ୱାନ୍‌ ଇଟାଲିଆନ୍ ଗ୍ରାଁ ପ୍ରି ଇଟାଲି
୧୫ରୁ ୨୮ ମହିଳା ଫୁଟ୍‌ବଲ୍‌ ୧୬ବର୍ଷରୁ କମ୍‌ ଏସିଆ କପ୍‌ ଥାଇଲାଣ୍ଡ
୧୬ରୁ ୨୫ ଭାରୋ‌ତ୍ତୋଳନ ବିଶ୍ବ ପ୍ରତିଯୋଗିତା ଥାଇଲାଣ୍ଡ
୨୨ ଫର୍ମୁଲା ୱାନ୍‌ ସିଙ୍ଗାପୁର ଗ୍ରାଁ ପ୍ରି ସିଙ୍ଗାପୁର
୨୮ରୁ ୬ ଅକ୍ଟୋବର ଆଥ୍‌ଲେଟିକ୍ସ ବିଶ୍ବ ପ୍ରତିଯୋଗିତା କାତାର
୨୯ ଫର୍ମୁଲା ୱାନ୍‌ ରୁଷିଆନ୍‌ ଗ୍ରାଁ ପ୍ରି ରୁଷିଆ
ଅକ୍ଟୋବର
୫ରୁ ୨୭ ଫୁଟ୍‌ବଲ୍‌ ୧୭ବର୍ଷରୁ କମ୍‌ ବିଶ୍ବକପ୍‌ ପେରୁ
୧୩ ଫର୍ମୁଲା ୱାନ୍‌ ଜାପାନିଜ୍‌ ଗ୍ରାଁ ପ୍ରି ଜାପାନ୍‌
୨୭ ଫର୍ମୁଲା ୱାନ୍‌ ମେକ୍ସିକାନ୍‌ ଗ୍ରାଁ ପ୍ରି ମେକ୍ସିକୋ
୨୭ରୁ ୯ ନଭେମ୍ବର ମହିଳା ଫୁଟ୍‌ବଲ୍‌ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଥାଇଲାଣ୍ଡ
ନଭେମ୍ବର
୩ ଫର୍ମୁଲା ୱାନ୍‌ ୟୁଏସ୍‌ ଗ୍ରାଁ ପ୍ରି ୟୁଏସ୍‌
୧୭ ଫର୍ମୁଲା ୱାନ୍‌ ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ବ୍ରାଜିଲ
୩୦ରୁ ୯ ଡିସେମ୍ବର ବିଭିନ୍ନ କ୍ରୀଡ଼ା ଦକ୍ଷିଣପୂର୍ବ ଏସୀୟ କ୍ରୀଡ଼ା ଫିଲିପାଇନ୍ସ
୩୦ରୁ ୧୫ ଡିସେମ୍ବର ମହିଳା ହ୍ୟାଣ୍ଡବଲ୍‌ ବିଶ୍ବ ପ୍ରତିଯୋଗିତା ଜାପାନ୍‌
ଡିସେମ୍ବର
୧ ଫର୍ମୁଲା ୱାନ୍‌ ଆବୁଧାବି ଗ୍ରାଁ ପ୍ରି ଆବୁଧାବି
୧ରୁ ୮ ଟେବୁଲ୍‌ ଟେନିସ୍‌ କନି‌ଷ୍ଠ ବିଶ୍ବ ପ୍ରତିଯୋଗିତା ଅଷ୍ଟ୍ରେଲିଆ