ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୨୦୧ ରନ୍ କରିଛି। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବା ଲାଗି ୨୦୨ ରନ୍ କରିବାକୁ ପଡ଼ିବ।
ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସ୍ନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟି-୨୦ ମ୍ୟାଚରେ ଟସ୍ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଓପନର ଲୋକେଶ ରାହୁଲ (୫୪ ରନ୍, ୩୬ ବଲ, ୫ ଚୌକା ଓ ଗୋଟିଏ ଛକା) ଓ ଶିଖର ଧାଓ୍ଵନ (୫୨ ରନ୍, ୩୬ ବଲ, ୭ ଚୌକା ଓ ଗୋଟିଏ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏକ ଭଲ ସ୍କୋର କରିବାକୁ ସକ୍ଷମ ହୋଇଥିଲା।
Photo: Hindustan Timesପ୍ରଥମ ଓ୍ଵିକେଟ୍ରେ ଓପନର ଲୋକେଶ ରାହୁଲ ଓ ଶିଖର ଧାଓ୍ଵନ୍ ୯୭ ରନ୍ ସଂଗ୍ରହ କରି ଦଳର ସ୍କୋରକୁ ମଜବୁତ ସ୍ତରକୁ ନେଇଯାଇଥିଲେ। ଶିଖର ଧାଓ୍ଵନ୍ ଆଉଟ୍ ହୋଇ ପଡ଼ିଆରୁ ଫେରି ଆସିବା ପରେ ତାଙ୍କର ସ୍ଥାନ ପୂରଣ କରିଥିଲେ ସଞ୍ଜୁ ସାମସନ୍। ମାତ୍ର ସାମସନ୍ ପଡ଼ିଆରେ ଅଧିକ ସମୟ ଯାଏଁ ଛିଡ଼ା ହୋଇ ପାରି ନ ଥିଲେ। ସେ ୨ଟି ବଲ ଖେଲି ୬ ରନ୍ ସଂଗ୍ରହ କରିବା ପରେ ଓ୍ଵାନିନ୍ଦୁ ହସ୍ରଙ୍ଗାଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇ ପାଭଲିଅନ୍କୁ ଫେରିଥିଲେ। ସାମସନ୍ ଆଉଟ୍ ହେବା ବେଳକୁ ଭାରତର ସ୍କୋର୍ ୧୦୬ ରନ୍ ଥିଲା। ଭାରତ ସ୍କୋର ୧୧୮ ରନ୍ ଥିବା ବେଳେ ଲୋକେଶ ରାହୁଲଙ୍କୁ ଦଳ ହରାଇଥିଲା।
Photo: Hindustan Timesଏହାପରେ ପଡ଼ିଆକୁ ଓହ୍ଲାଇ ଅଧିନାୟକ ବିରାଟ କୋହଲି ୧୭ଟି ବଲ ଖେଳି ୨୬ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିବା ବେଳେ ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ମଧ୍ୟ ବେଶୀ ସମୟ ଛିଡ଼ା ହୋଇ ପାରି ନ ଥିଲେ। ଆୟର ମଧ୍ୟ ସାମସନ୍ଙ୍କ ଭଳି ୨ଟି ବଲର ସମ୍ମୁଖୀନ ହୋଇ ୪ ରନ୍ କରି ପଡ଼ିଆରୁ ବିଦାୟ ନେଇଥିଲେ। ଓ୍ଵାସିଂଟନ ସୁନ୍ଦର କୌଣସି ରନ୍ କରି ନ ଥିବା ବେଳେ ଶାର୍ଦ୍ଦୁଲ ଠାକୁର ୮ଟି ବଲ ଖେଳି ୨୨ ରନ୍ କରିଥିଲେ। ମନୀଷ ପାଣ୍ଡେ ୩୧ ରନ୍ କରି ଅପରାଜିତ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/india-sri-lanka-cricket_e081ef7e-33ba-11ea-a5da-81b27965305c.jpg)