କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲର ୪୪ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ (କେକେଆର) ଆଗରେ ୨୦୨ ରନର ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ । 

Advertisment

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ପ୍ରିୟାଂଶ ଆର୍ଯ୍ୟା ଓ ପ୍ରଭସିମରନ ସିଂ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ । ପ୍ରିୟାଂଶ ୬୯ ରନ କରିଥିବାବେଳେ ପ୍ରଭସିମରନ ୮୩ ରନ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୨୦ ରନ କରିଥିଲେ । ଅଧିନାୟକ ଶ୍ରେୟାସ ଆୟର ଅପରାଜିତ ୨୫ ରନ କରିଥିବାବେଳେ ଗ୍ଲୋନ ମାକ୍ସଓ୍ବେଲଙ୍କ ଖରାପ ଫର୍ମ ଜାରି ରହିଛି । ସେ ମାତ୍ର ୭ ରନ କରି ବରୁଣ ଚକ୍ରବର୍ତ୍ତିଙ୍କ ବଲରେ ବୋଲଡ୍ ହୋଇଥିଲେ । ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୨୦୧ ରନ କରିଥିଲେ । 

କୋଲକାତା ପକ୍ଷରୁ ବୈଭବ ଆରୋରା ୨ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।