ଦୁବାଇ: ଆସନ୍ତା ବର୍ଷ ବାଂଲାଦେଶରେ ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ଭାରତ ସମେତ ୮ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ନେଇ ମଙ୍ଗଳବାର ଆଇସିସି ଘୋଷଣା କରିଛି। ବାକି ୨ ଦଳ ଯୋଗ୍ୟତା ପ୍ରତିଯୋଗିତା ଦେଇ ଏମାନଙ୍କ ସହ ସାମିଲ ହେବେ। ନିକଟରେ ଶେଷ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଅଷ୍ଟମ ସଂସ୍କରଣ ପରେ ଏହା ସ୍ପଷ୍ଟ ହୋଇଛି। ଗ୍ରୁପ୍-୧ର ଶୀର୍ଷ ୩ ଦଳ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୁପ୍-୨ ଶୀର୍ଷ ୩ ଦଳ ଇଂଲଣ୍ଡ, ଭାରତ ଓ ନ୍ୟୁଜିଲାଣ୍ଡ ଆଗାମୀ ବିଶ୍ବକପ୍ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲା ବେଳେ ବାଂଲାଦେଶ ଆୟୋଜକ ଭାବେ ଏହି ସ୍ଥାନ ପକ୍କା କରିଛି। ୨୭ ଫେବ୍ରୁଆରି ୨୦୨୩ରେ ଆଇସିସି ମାନ୍ୟତାର ସପ୍ତମ ସ୍ଥାନରେ ଥିବାରୁ ପାକସ୍ତାନ ମଧ୍ୟ ବିଶ୍ବକପ୍ ଟିକେଟ୍ ପାଇଛି। ଯୋଗ୍ୟତା ପର୍ଯ୍ୟାୟ ୨୦୨୪ ଆରମ୍ଭରୁ ହେବ। କିନ୍ତୁ ଏହାର ତାରିଖ ଓ ସ୍ଥାନ ଶୀଘ୍ର ଘୋଷଣା କରାଯିବ ବୋଲି ଆଇସିସି କହିଛି।
ଭାରତ ସହ ୮ ଦଳକୁ ୨୦୨୪ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଯୋଗ୍ୟତା
/sambad/media/post_attachments/wp-content/uploads/2023/03/654f65h4sfhsfhsfhssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)