ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୍ ୨୦୨୨ର ୪୬ତମ ମ୍ୟାଚରେ ଚେନ୍ନାଇ ନିଜର ଦମ ଦେଖାଇଛି । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୦୨ ରନ କରିବା ସହ ହାଇଦ୍ରାବାଦ ଆଗରେ ୨୦୩ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ମହେନ୍ଦ୍ର ସିଂ ଧୋନି ପୁଣି ଅଧିନାୟକ ହେବା ପରେ ଚେନ୍ନାଇ ନିଜର ପୁରୁଣା ଫର୍ମ ପୁଣି ଫେରିପାଇବା ଭଳି ଲାଗୁଛି । ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଡେଭନ କନଓ୍ବେ ହାଇଦ୍ରାବାଦ ବୋଲରଙ୍କୁ ନିର୍ମମ ପ୍ରହାର କରିବା ସହ ପ୍ରଥମ ଓ୍ବିକେଟ୍ ଯୋଡିରେ ରେକର୍ଡ ୧୮୨ ରନ ଯୋଗ କରିଥିଲେ । ଗାଇକ୍ବାଡ୍ ୯୯ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବାବେଳେ ଓ କନଓ୍ବେ ୮୫ ରନ କରିଥିଲେ । ତେବେ ମହେନ୍ଦ୍ର ସିଂ ମାତ୍ର ୮ ରନ କରି ଆଉଟ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/FRrjRSTaQAEF2Eh.jpg)