ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ର କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ପରେ ଆଇଓଏ ଆଗାମୀ ସମୟରେ ତିନିଟିି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଯୁବ ଅଲିମ୍ପିକ୍ସ ୨୦୨୬, ଏସୀୟ କ୍ରୀଡ଼ା ୨୦୩୦ ଓ ୨୦୩୨ ଅଲିମ୍ପିକ୍ସ ଆୟୋଜନ ପାଇଁ ଦାବିଦାରି ଉପସ୍ଥାପନା କରିବାକୁ ଆଗ୍ରହ ପ୍ରକାଶ କରିଛି। ଏଥିନେଇ ଆଇଓଏ ୨୦୨୧ ମସିହାରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତିର ହେବାକୁ ଥିବା ସମ୍ମିଳନୀରେ ଆନୁଷ୍ଠାନିକ ଦାବି ଉପସ୍ଥାପନ କରିବ ବୋଲି ଜଣାପଡ଼ିଛି। ସେହିଭଳି ଏହି ବୈଠକରେ ଚଳିତବର୍ଷର ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନକୁ ସମୀକ୍ଷା କରାଯାଇଥିଲା। ଅନ୍ୟପକ୍ଷରେ ଇଣ୍ଡୋନେସିଆରେ ଆୟୋଜିତ ହେବାକୁ ଥିବା ଚଳିତବର୍ଷର ଏସୀୟ କ୍ରୀଡ଼ା ଲାଗି ୨୩୭୦ ଜଣ ସଦସ୍ୟଙ୍କ ନାଁ ପଞ୍ଜୀକୃତ କରାଯାଇଥିବା ଆଇଓଏ ଘୋଷଣା କରିଥିଲା।