ଅହମଦାବାଦ: ୨୦୩୬ ଅଲିମ୍ପିକ୍ସ ଆୟୋଜନ ଲାଗି ବିଡ୍ ଦାଖଲ କରିବା ଦିଗରେ ଭାରତ ଆଉ ପାଦେ ଆଗେଇଛି। ଗୁଜରାଟର ଦ୍ବୈତନଗରୀ ଅହମଦାବାଦ ଓ ଗାନ୍ଧୀନଗରରେ ଏହାକୁ ଆୟୋଜନ କରିବା ଲାଗି ଯୋଜନା କରାଯାଉଛି। ଭାରତ ଏଥିଲାଗି ୩୪୭୦୦ରୁ ୬୪୦୦୦ କୋଟି ଟଙ୍କାର ବିଡ୍ ଦାଖଲ କରିବାକୁ ଲକ୍ଷ୍ୟ ରଖିଛି। ଗାନ୍ଧୀନଗରରେ ବସିଥିବା ଅଲିମ୍ପିକ୍ସ ଆୟୋଜନର ତୃତୀୟ ପ୍ରସ୍ତୁତି ‌ବୈଠକରେ ଏଥିନେଇ ବିସ୍ତୃତ ଆଲୋଚନା କରାଯାଇଛି। ସେହିଭଳି ଅହମଦାବାଦ, ଗାନ୍ଧୀନଗର ସହ ଭୋପାଳ, ଗୋଆ, ମୁମ୍ବାଇ ଓ ପୁଣେକୁ ଅଲିମ୍ପିକ୍ସର କିଛି ଖେଳ ଆୟୋଜନ କରିବାକୁ ମଧ୍ୟ ବିଚାର କରାଯାଉଛି। ସୂଚନା ଅନୁସାରେ ଅହମଦାବାଦ ଅଲିମ୍ପିକ୍ସ ବଜେଟ ପ୍ୟାରିସ୍ ଓ ଲସ୍ଏଞ୍ଜେଲ୍‌ସ ଅଲିମ୍ପିକ୍ସଠାରୁ ଯଥେଷ୍ଟ ଅଧିକ ହେବ। ଭାରତର ବିଡ୍ ଯେମିତି ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଯଥେଷ୍ଟ ଭଲ ହେବ ସେଥିନେଇ ସମନ୍ବୟ ସମିତି ଗଠନ କରିବା ନିଷ୍ପତ୍ତି ମଧ୍ୟ ବିଚାରାଧୀନ ରହିଛି।