ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣର ୪ର୍ଥ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ରବିବାର ଅପରାହ୍‌ଣରେ ଟସ୍‌ ଜିଣି ହାଇଦ୍ରାବାଦ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରାଜସ୍ଥାନ ଟିମ୍‌ ବ୍ୟାଟିଂ କରିଥିଲା। ଯଶସ୍ବୀ ଜୟସ୍ବାଲ, ଜୋସ୍‌ ବଟଲର ଓ ସଂଜୁ ସାମସନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୫ ୱିକେଟ୍‌ ହରାଇ ୨୦୩ ରନ୍‌ କରିଛି। ଫଳରେ ହାଇଦ୍ରାବାଦ୍‌ ଟିମ୍‌କୁ ୨୦୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

Advertisment

ଯଶସ୍ବୀ ଓ ଜୋସ୍‌ ବଟଲର ରାଜସ୍ଥାନର ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୮୫ ରନ୍‌ ଯୋଡ଼ିଥିଲେ। ଯଶସ୍ବୀ ୩୭ଟି ବଲ୍‌ ଖେଳି ୯ଟି‌ ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୫୪ ରନ୍‌ କରିଥିଲେ। ବଟଲର ୨୨ଟି ବଲ୍‌ ଖେଳି ୭ଟି‌ ଚୌକା ଓ ୩ଟି ଛକା ବଳରେ ୫୪ ରନ୍‌ ଯୋଡ଼ିଥିଲେ। ଅଧିନାୟକ ସଂଜୁ ସାମସନଙ୍କ ବ୍ୟାଟରୁ ୫୫ ରନ୍‌ ଅମଳ ହୋଇଥିଲା। ସେ ୩୨ଟି ବଲ୍‌ ଖେଳି ୩ଟି ଚୌକା ଓ ୪ଟି ଛକା ମାରିଥିଲେ। ଦେବଦୂତ ପଡ଼ିକଲ ୨, ରିଆନ ପରାଗ ୭, ସିମରନ ହେଟମେୟର ୨୨ (ଅପରାଜିତ) ଓ ରବିଚନ୍ଦ୍ରନ ଅଶ୍ବିନ ୧ ରନ୍‌ କରିଥିଲେ।