ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୪୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୨୦୫ ରନର ଲକ୍ଷ୍ୟ ରଖିଛି କୋଲକାତା ନାଇଡରଇଡର୍ସ ।
ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କେକେଆର ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୨୦୪ ରନ କରିଥିଲା । ଦଳ ପକ୍ଷରୁ ସୁନୀଲ ନାରାୟଣ ଓ ରେହମାନୁଲ୍ଲା ଗୁରବାଜ୍ ଆରମ୍ଭରୁ ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ । ଗୁରବାଜ୍ ୨୬ ରନ କରିଥିବାବେଳେ ନାରାୟଣ ୨୭ ରନ କରିଥିଲେ । ଅଜିଙ୍କ୍ୟ ରାହାଣେ ୨୬ ରନ କରିଥିବାବେଳେ ଅଙ୍ଗକ୍ରିସ୍ ରଘୁବଂଶୀ ୪୪ ରନ କରିଥିଲେ । ରିଙ୍କୁ ସିଂ ୩୬ରନ କରିଥିବାବେଳେ ଆନ୍ଦ୍ରେ ରସେଲ୍ ୧୭ ରନ କରିଥିଲେ । ମାତ୍ର ଶେଷ ବେଳକୁ ଦଳ ୩ଟି ଓ୍ବିକେଟ ଅଳ୍ପରନ ବ୍ୟବଧାନରେ ହରାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/29/HTcTqzRlCuUbuD1LauEy.jpg)