ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୦୬ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ୍ ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ମିଚେଲ୍ ମାର୍ସ ଓ ଆଇଡେନ ମାର୍କରାମ୍ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୧୫ ରନ କରିଥିଲେ । ମାର୍ସ ୬୫ ରନ କରି ହର୍ଷ ଦୁବେଙ୍କ ବଲ ଇଶାନ ମଲିଙ୍ଗାଙ୍କ ହାତରେ ଧରା ପଡ଼ିଥିଲେ । ସେହିପରି ମାର୍କରାମ ୬୧ ରନ କରିଥିଲେ ଓ ହର୍ଷଲ ପଟେଲଙ୍କ ବଲରେ ଆଉଟ ହୋଇଥିଲେ। ନିକୋଲାସ ପୁରନ ନିଜର ଭଲ ଫର୍ମ ବଜାୟ ରଖି ୨୬ ବଲରେ ୪୫ ରନ କରିଥିଲେ । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୫ ରନ କରିଥିଲା ।
ହାଇଦ୍ରାବାଦ ପକ୍ଷରୁ ଇଶାନ ମାଲିଙ୍ଗା ୨ଟି ଓ୍ବିକେଟ ନେଇଥିବାବେଳେ ହର୍ଷ ଦୁବେ, ନୀତୀଶ ରେଡ୍ଡି ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/19/Hjq27dGVap8zV3J96XYU.jpg)