ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୬ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ ।
ଏହି ମ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ଆରମ୍ଭରୁ ଲଢୁଆ ବ୍ୟାଟିଂ କରିଥିଲେ ବି ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା । ପ୍ରିୟାଂଶ ଆର୍ଯ୍ୟା ୬ ରନ କରି ଆଉଟ ହୋଇଥିବାବେଳେ ପ୍ରଭସିମରନ ସିଂ ୨୮ ରନ କରିଥିଲେ । ସେହିପରି ଶ୍ରେୟସ ଆୟର ୫୩ ରନ କରିଥିବାବେଳେ ଜୋସ ଇଙ୍ଗଲିସ ୩୨ ରନ କରିଥିଲେ । ନିହାଲ ଓ୍ବାଧେରା ୧୬ ରନ ଓ ଶଶାଙ୍କ ସିଂ ୧୧ ରନ କରିଥିଲେ । ତେବେ ମାର୍କସ ଷ୍ଟୋଇନିସ ମାତ୍ର ୧୬ ବଲରେ ୪ ଛକା, ୩ ଚୌକା ସହ ୪୪ ରନ କରିଥିଲେ । ତାଙ୍କର ଏହି ଲଢୁଆ ଇନିଂସ ବଦଳରେ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୬ ରନ କରିଥିଲା ।
ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ରେହମାନ ୩ଟି ଓ୍ବିକେଟ ନେଇଥିବାବେଳେ ବିପ୍ରାଜ ନିଗମ ଓ କୂଳଦୀପ ଯାଦବ ୨ଟି ଲେଖାଏଁ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/24/RpKIT7bAuLKAhJkwS4ts.jpg)